ବଜାରରେ ବଢୁଛି ରଙ୍ଗିନ୍ କୋବିର ଚାହିଦା । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି ଚାଷ ।

100

କନକ ବ୍ୟୁରୋ : କୋରାପୁଟ ମାଲଦା ଗାଁରେ ରଙ୍ଗିନ୍ କୋବି ଚାଷ କରିଛନ୍ତି ଚାଷୀ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି କୋବି ଚାଷ । ବଜାରରେ ଗ୍ରାହକଙ୍କ ଚାହିଦାକୁ ନଜର ରଖି ଏହି ଚାଷ ପ୍ରତି ବଢୁଛି ଚାଷୀଙ୍କ ଆଗ୍ରହ । ଚାଷୀଙ୍କୁ ତାଲିମ ଦେବା ସହ ଏହି ଚାଷ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇଛି ଓଡ଼ିଶା ଜୀବିକା ମିଶନ । ସାଧାରଣ ଧଳା କୋବି ଓଜନ ଅପେକ୍ଷା ଏହି କୋବିର ଓଜନ ଅଧିକା ରହୁଛି । ବଜାରରେ ଧଳା କୋବି କିଲୋ ପିଛା ୧୦ରୁ ୨୦ ଟଙ୍କା ରହୁଥିବା ବେଳେ ଏହି କୋବି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି ।

ବଜାରରେ ବଢୁଛି ରଙ୍ଗିନ୍ କୋବିର ଚାହିଦା । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି ଚାଷ । ଭଳିକି ଭଳି ରଙ୍ଗିନ୍ କୋବିରେ ହସୁଛି କ୍ଷେତ । ଧଳା, ବାଇଗଣୀ, ହଳଦୀ, ଶାଗୁଆ ରଙ୍ଗର କୋବି କ୍ଷେତକୁ ବେଶ ସୌନ୍ଦର୍ଯ୍ୟ କରିଛି । ଏହି କୋବି ଚାଷକୁ ଦେଖିଲେ ଲାଗୁଛି ବଲିରେ ସତେ ଯେମିତି, ରଙ୍ଗ ବେରଙ୍ଗର ଡ଼ାଲିଆ ଫୁଲ ଫୁଟିଛି । ଓଡ଼ିଶା ଜୀବିକା ମିଶନ ସହାୟତାରେ ଜୟପୁରର ଚାଷୀ ମାନେ ଏଭଳି ନୂତନ ଚାଷ କରି ସଫଳତା ପାଇଛନ୍ତି । ପରିବା ଭିତରେ ଫୁଲ କୋବି କହିଲେ ଆମ୍ଭେମାନେ କେବଳ ଧଳା ଫୁଲ କୋବି କି ହିଁ ଜାଣିଥାଉ । କିନ୍ତୁ କୋରାପୁଟ ଜିଲ୍ଳା ବୋରିଗୁ୍ମ୍ମା ବ୍ଳକର ମାଲଦା ଗାଁରେ ୧୦ ଏକର ଜମିରେ ଲାଗିଛି ରଙ୍ଗିନ କୋବି । ଖାଲି ଫୁଲ କୋବି ନୁହେଁ ଏଥିରେ ପତ୍ର କୋବି ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗର ରହିଛି । ଏହି କଲର କୋବିକୁ ଦେଖିବା ପାଇଁ ଚାଷୀଙ୍କ ବାଡି଼ରେ ଲୋକଙ୍କ ଭିଡ଼ ଜମୁଛି ।

ବଜାରରେ ଧଳା କୋବି ଅପେକ୍ଷା ରଙ୍ଗିନ୍ କୋବିକୁ କିଣିବା ପାଇଁ ଲୋକଙ୍କ ଭିତରେ ଉତ୍ସହ ଦେଖିବାକୁ ମିଳୁଛି । ଲୋକଙ୍କ ଚାହିଦାକୁ ନଜରରେ ରଖି ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି । ସବୁଠାରୁ ବଡ଼ କଥା ହେଉଛି ଏହି ଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି କୁହାଯାଉଛି ।

ଚାଷୀଙ୍କୁ ତାଲିମ ଦେବା ସହ ଏହି ଚାଷ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇଛି ଓଡ଼ିଶା ଜୀବିକା ମିଶନ । ପ୍ରଥମେ ପ୍ରଥମେ ଏହି କିସମର ଚାଷ କରିବାକୁ ଲୋକେ ଆଗ୍ରହୀ ନଥିଲେ । ପରେ କିଛି ଚାଷୀ ରଙ୍ଗିନ୍ ଚାଷ କରି ସଫଳତା ପାଇବା ପରେ ଏହାକୁ ଅପଣାଛନ୍ତି ଅନ୍ୟମାନେ । ପାଖାପାଖି ୧୦ ଏକର ଜମିେରେ ଲାଗିଛି ଏହି ରଙ୍ଗିନ କୋବି । ସାଧାରଣ ଧଳା କୋବି ଓଜନ ଅପେକ୍ଷା ଏହି କୋବିର ଓଜନ ଅଧିକା ରହୁଛି । ବଜାରରେ ଧଳା କୋବି କିଲୋ ପିଛା ୧୦ରୁ ୨୦ ଟଙ୍କା ରହୁଥିବା ବେଳେ ଏହି କୋବି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ସବୁଠାରୁ ବଡ଼ କଥା ହେଲା ବ୍ୟବସାୟୀ ମାନେ ଏହି କୋବି କିଣିବାକୁ ଚାଷୀଙ୍କ ବିଲ ମୁଣ୍ଡରେ ଭିଡ଼ ଲଗାଉଛନ୍ତି । ବିକ୍ରି ବଟାରେ ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ । ଆଗାମୀ ଦିନରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ଏଭଳି କଲର କୋବି ଚାଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ଜୀବିକା ମିଶନ ।

ପୂର୍ବରୁ ଚାଷୀ କୋବି ଚାଷ କରୁଥିଲା । ହେଲେ ସେଥିରେ ଯେତିକି ଲାଭ ହେଉଥିଲା ତାହା ପରିଶ୍ରମ ଅପେକ୍ଷା ବହୁତ କମ୍ ଥିଲା । ଏବେ ଓଡ଼ିଶା ଜୀବିକା ମିଶନ ସହଯୋଗରେ ଚାଷୀ ଓ ଚାଷର ଉନ୍ନତି ହେଉଥିବାରୁ ନୂତନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଚାଷୀ ।