କନକ ବ୍ୟୁରୋ: ଆସନ୍ତା ୧୦ତାରଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବ । ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ନିର୍ଦ୍ଦେଶାବଳୀରେ କୁହାଯାଇଛି,
- ମେଡ଼ିକାଲ କଲେଜ ଓ ନର୍ସିଂ କଲେଜ ବ୍ୟତିତ ଆଉ ସବୁ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ
- ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଅନୁଷ୍ଠାନ ବ୍ୟତିତ ସବୁ କଲେଜ ବନ୍ଦ ରହିବ
- ପିଲାଙ୍କ କ୍ଲାସ ପାଇଁ ଅନଲାଇନ ବ୍ୟବସ୍ଥା କରିବେ କର୍ତୃପକ୍ଷ
- ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ହଷ୍ଟେଲରେ ନ ରହିବାକୁ ପରାମର୍ଶ ଦିଆଯାଇଛି
- ଗବେଷକ ଏବଂ ଛାତ୍ର, ଯେଉଁମାନେ ଗବେଷଣା ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଛା କରିବେ, ସେମାନେ ଅଣ୍ଡରଟେକିଂ ଦେଇ ରହିପାରିବେ
- ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପ୍ରଚଳିତ ନିର୍ଦେଶାବଳୀ ଅନୁସାରେ କାର୍ଯ୍ୟ କରିବେ

Advertisment

୮ତାରିଖ ପରେ ରାଜ୍ୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା ହୋଇଛି । ଏବଂ ସ୍କୁଲ ବନ୍ଦ ସମୟରେ ଅନଲାଇନ କ୍ଲାସ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ରାଜ୍ୟରେ ନାଇଟ କର୍ଫ୍ୟୁ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମୟକୁ ବଦଳାଇ ଦେଇଛି ପ୍ରଶାସନ । ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବାରୁ ରାତି ସାଢେ ୮ଟା ଯାଏଁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।