ନୂଆବର୍ଷରୁ ଆରମ୍ଭ ହେବ କଲେଜ ! ୭୦, ୮୦ ଦିନ କ୍ଲାସରେ ପାଠ ପଢାଇବା ପରେ କରାଯିବ ପରୀକ୍ଷା

ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଲେ, ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ ବଢିପାରେ ଫେଲ ପ୍ରତିଶତ

1,515

କନକ ବ୍ୟୁରୋ : ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ ।

୭୦, ୮୦ ଦିନ ପାଠ କ୍ଲାସରେ ପଢାଇବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବାରେ ଅଧିକ ବିଳମ୍ବ ହେବ ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ । ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି ।

Comments are closed.