କନକ ବ୍ୟୁରୋ : ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ ।
୭୦, ୮୦ ଦିନ ପାଠ କ୍ଲାସରେ ପଢାଇବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବାରେ ଅଧିକ ବିଳମ୍ବ ହେବ ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ । ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/28-12.jpg)