କେଉଁ କଲେଜକୁ ଅଧିକ ପସନ୍ଦ କରୁଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ! ଆପଣଙ୍କ ମତରେ ସରକାରୀ କଲେଜର କଟ ଅଫ୍ ମାର୍କ କମିବା ପଛରେ କାରଣ କଣ

କେଉଁ କଲେଜକୁ ଅଧିକ ପସନ୍ଦ କରୁଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ! ଆପଣଙ୍କ ମତରେ ସରକାରୀ କଲେଜର କଟ ଅଫ୍ ମାର୍କ କମିବା ପଛରେ କାରଣ କଣ

କନକ ବ୍ୟୁରୋ : ଚଳିତ ବର୍ଷ ଯୁକ୍ତ ୨ ନାମଲେଖା ପାଇଁ ବିଭିନ୍ନ କଲେଜର ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ଆଗରେ ଥିବା ବେଳେ ବାଣିଜ୍ୟରେ ତାଲିକାର ଶୀର୍ଷରେ ରହିଛି ବିଜେବି ଜୁନିଅର କଲେଜ । ଅନ୍ୟପଟେ କଳା ପାଇଁ କଟ୍ ଅଫ୍ ମାର୍କ ତାଲିକାର ଆଗରେ ରହିଛି କେନ୍ଦୁଝର ଘଷିପୁରାର ପତିତପାବନ କଲେଜ । ତେବେ କ୍ରମାଗତ ଭାବେ ରାଜ୍ୟର ପ୍ରମୁଖ କଲେଜ ଗୁଡିକର କଟ୍ ଅଫ୍ ମାର୍କ କମି କମି ଚାଲିବା ଏବେ ଚର୍ଚାର ପ୍ରସଙ୍ଗ ହୋଇଛି ।

publive-imageରାଜ୍ୟର ଦୁଇ ପ୍ରମୁଖ ମହାବିଦ୍ୟାଳୟ ବିଜେବି ଜୁନିଅର କଲେଜ ଓ ରେଭେନ୍ସା ଜୁନିଅର କଲେଜର କଟଅଫ୍ ମାର୍କ ପୂର୍ବ ବର୍ଷରୁ କମିଛି । ବିଜ୍ଞାନରେ ବିଜେବି ଜୁନିଅର କଲେଜରେ ଚଳିତ ବର୍ଷ ପାଇଁ ୮୮.୩୩ ପ୍ରତିଶତ ରଖାଯାଇଥିବା ବେଳେ ୨୦୧୭ରେ ଏହା ଥିଲା ୯୨.୬୭ ପ୍ରତିଶତ ଏବଂ ୨୦୧୬ରେ ଏହି କଟଅଫ୍ ମାର୍କ ଥିଲା ୯୩.୧ ପ୍ରତିଶତ । ସେହିପରି ରେଭେନ୍ସା ଜୁନିଅର କଲେଜର ମଧ୍ୟ କଟଅଫ୍ ମାର୍କ କମି କମି ଚାଲିଛି । ଚଳିତ ବର୍ଷ ବିଜ୍ଞାନରେ ୮୮.୮୩ ପ୍ରତିଶତ ଥିବା ବେଳେ ୨୦୧୭ରେ ଏହା ଥିଲା ୯୩.୧୭ ପ୍ରତିଶତ ।

ଚଳିତ ବର୍ଷ ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କର ଟପରେ ରେଭେନ୍ସା ଜୁନିଅର କଲେଜ ଥିବା ବେଳେ କଳାରେ କେନ୍ଦୁଝର ଘଷିପୁରାର ପତିତପାବନ କଲେଜ ୭୮.୬୭ ପ୍ରତିଶତ ସହ ଆଗରେ ରହିଛି । ସେହିପରି ବାଣିଜ୍ୟରେ ୭୮.୨ ପ୍ରତିଶତ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି । ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କ ୮୮ ପ୍ରତିଶତ ରହିବା ସହ ତାଲିକାର ତୃତୀୟ ସ୍ଥାନରେ ରହିଛି ।

ସରକାରୀ କଲେଜ ଗୁଡିକର କଟଅଫ୍ ମାର୍କ କମିବା ପଛରେ ଘରୋଇ କଲେଜ ପ୍ରତି ପିଲା ଓ ଅଭିଭାବକଙ୍କ ଆଗ୍ରହ ଦାୟୀ ବୋଲି କୁହାଯାଉଛି । ସେହିପରି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି କମି ଚାଲିଛି । ଏହି ପରିସ୍ଥିତି ସରକାରୀ କଲେଜର ଶିକ୍ଷାର ମାନ ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe