କଲେଜ ଛାତ୍ରୀଙ୍କୁ ଲାବ୍ରୋଟୋରୀରେ ଅଧ୍ୟାପକଙ୍କ ଅସଦାଚରଣ । ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଛାତ୍ରୀ । ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କଲା ପୋଲିସ ।

1,463

କନକ ବ୍ୟୁରୋ: କଲେଜ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ଗିରଫ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଯୁକ୍ତ ଦୁଇ ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀଙ୍କୁ କଲେଜ ପରିସରରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଯୌନ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ ହେଇଛି । ଅଧ୍ୟାପକ ସଂଜୀବ କୁମାର ଦାଶଙ୍କୁ ଗିରଫ କରିଛି ପୁଲିସ ।

ଅଭିଯୋଗ ଅନୁସାରେ, ଗତ ଡିସେମ୍ବର ୨୪ତାରିଖ ଦିନ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସମ୍ପୃକ୍ତ ଛାତ୍ର ଓ ଅନ୍ୟ ଦୁଇ ଜଣ ଛାତ୍ରୀଙ୍କୁ ଲାବୋରେଟୋରୀ ସଫା କରିବା ପାଇଁ କହିଥିଲେ । ଅନ୍ୟ ଦୁଇ ଛାତ୍ରୀ ମଇଳା ଫିଙ୍ଗିବା ପାଇଁ ଲ୍ୟାବରୁ ବାହାରକୁ ଯାଇଥିବା ବେଳେ ଅଧ୍ୟାପକ ସଂଜୀବ କୁମାର ଦାଶ ଆସି ପୀଡ଼ିତା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଛାତ୍ରୀ ଜଣକ କୌଣସି ମତେ ସେଠାରୁ ଖସି ପଳାଇଅସିଥିଲେ । ଏହାପରେ ଶ୍ରେଣୀ ଗୃହରେ ବାରମ୍ବାର ଛାତ୍ରୀଙ୍କ ପିଠିରେ ପିଟିଥିଲେ ଅଭିଯୁକ୍ତ ଅଧ୍ୟାପକ । ଭୟରେ କାହାକୁ କିଛି ନଜଣାଇ ଘରକୁ ଫେରିଆସିଥିଲେ ।

ତେବେ ଫେବ୍ରୁଆରୀ ୧ତାରିଖ ଦିନ ଘରେ ଜଣାଇବା ପରେ ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଅଭିଯୋଗପତ୍ରକୁ ଚିରିଦେବା ସହ ଛାତ୍ରୀଙ୍କୁ ଭୟଭୀତ କରାଇଥିବା ଅଭିଯୋଗ ହେଇଛି । ତେଣୁ ଛାତ୍ରୀ ଜଣକଙ୍କ ନିଜ ପରିବାର ସହ ଯାଇ ଥାନାରେ ଅଭିଯୋଗ କରିଛନ୍ତି । ନାକଟିଦେଉଳ ଥାନା ପୁଲିସ ଆଇପିସି ଧାରା ୩୪୧, ୩୫୧ (ଏ) ଏବଂ ପକସୋ ଆଇନ ଅନୁଯାୟୀ ଅଭିଯୁକ୍ତ ଅଧ୍ୟାପକ ସଂଜୀବ କୁମାର ଦାଶଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି ।