କନକ ବ୍ୟୁରୋ: ପୁଣି ଚର୍ଚାରେ ଗଞ୍ଜାମ । ଗାଙ୍ଗପୁରରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଯୁକ୍ତି ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ଜଣକ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ବୁଢାକେନ୍ଦୁ ଠାକୁରାଣୀ ମନ୍ଦିରକୁ ନିଜ ଭାବୀ ସ୍ୱାମି ସହ ବୁଲିବା ପାଇଁ ଯାଇଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମନ୍ଦିର ନିକଟ ଜଙ୍ଗଲରେ ଦୁର୍ବୃତମାନେ ଯୁବକଙ୍କୁ ନିସ୍ତୁକ ମାଡ ମାରି ମୋବାଇଲ ଲୁଟି ନେବା ପରେ ଯୁବତୀଙ୍କୁ ନିକଟ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଗାଙ୍ଗପୁର ଥାନାରେ ଏତଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବାରମ୍ବାର ଜିଲ୍ଲାରେ ଏଭଳି ସ୍ପର୍ଶକାତର ଘଟଣା ଘଟୁଥିଲେ ବି ପୋଲିସ ପ୍ରଶାସନ ସାଧରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । କେତେବେଳେ ହତ୍ୟାକାଣ୍ଡ, ବୋମାମାଡକୁ ଚର୍ଚାରେ ଥିବା ଗଞ୍ଜାମ ଆଜି ପୁଣି ଗଣଦୁଷ୍କର୍ମ ଭଳି ଘଟଣାକୁ ନେଇ ବଦନାମ ହୋଇଛି । ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିଗିଡିଯାଇଥିବା ସାଧାରଣରେ ଆଲୋଚନା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/crime_against_women2_647_060517063416.jpg)