ଜୋଶର ସହ ସାଇକେଲରେ ଭୁବନେଶ୍ୱର ଆସିଲେ, ହାଲିଆ ହୋଇ ଟ୍ରକରେ କଟକ ଫେରିଲେ । ବିଜେଡି ପ୍ରତିଷ୍ଠା ଦିବସରେ ହଇରାଣ ହେଲେ କଲେଜ ଛାତ୍ର ।

ଜୋଶର ସହ ସାଇକେଲରେ ଭୁବନେଶ୍ୱର ଆସିଲେ, ହାଲିଆ ହୋଇ ଟ୍ରକରେ କଟକ ଫେରିଲେ । ବିଜେଡି ପ୍ରତିଷ୍ଠା ଦିବସରେ ହଇରାଣ ହେଲେ କଲେଜ ଛାତ୍ର ।

କନକ ବ୍ୟୁରୋ : ସାଇକେଲରେ ଆସିଲେ ଟ୍ରକରେ ଫେରିଲେ । ଅବସର ଥିଲା ବିଜେଡିର ପ୍ରତିଷ୍ଠା ଦିବସ । ଏଥିପାଇଁ ଆୟୋଜିତ ସାଇକଲ ରାଲିରେ ଯୋଗଦେବାକୁ କଲେଜ ଛାତ୍ରଙ୍କୁ ଡକାଯାଇଥିଲା । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନ ବନ୍ଦର ନିକଟ ଶଙ୍ଖ ଭବନ ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ହୋଇଥିଲା । ଦଳର ମନ୍ତ୍ରୀ, ସାଂସଦ, ନେତା ଓ କର୍ମୀଙ୍କ ସହ ହଜାର ହଜାର ଛାତ୍ର ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ବିଜୁ ପଟ୍ଟନାୟକ ଛକରେ ପହଂଚିବା ପରେ ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ କିଛି ନେତା ଓ କର୍ମୀ ଶଙ୍ଖ ଭବନରେ ଆୟୋଜିତ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନରେ ଭାଗ ନେଇଥିଲେ ଓ ରକ୍ତଦାନ ଶିବିରରେ ଯୋଗଦେଇଥିଲେ । ନେତା, ମନ୍ତ୍ରୀ ଓ ଛାମୁଆ କର୍ମୀ ଶଙ୍ଖ ଭବନରେ ପହଞ୍ଚିବା ପରେ ନିଜ ଗାଡିରେ ବସି ଚାଲିଯାଇଥିଲେ । କିନ୍ତୁ ହଇରାଣ ହୋଇଥିଲେ ରାଲିରେ ଯୋଗ ଦେଇଥିବା କଲେଜ ଛାତ୍ର ।

ରାଲିରେ ସାମିଲ ହୋଇଥିବା କଲେଜ ଛାତ୍ର ଘରକୁ ଫେରିବା ପାଇଁ ବିକଳ୍ପ ଖୋଜିଥିଲେ । କଟକରୁ ଭୁବନେଶ୍ୱର ୨୦କିଲୋମିଟରରୁ ଅଧିକ ବାଟ ସାଇକେଲ ଚଲାଇ ଆସିବା ପରେ ଥକି ପଡ଼ିଥିବାରୁ ଟ୍ରକରେ ନିଜ ସାଇକେଲକୁ ରଖି କଟକ ଫେରୁଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe