କନକ ବ୍ୟୁରୋ: ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା, କୋଟିନଡା ଥାନା ଭେଟନଇ ଗାଁରେ ଅଘଟଣ । ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ପୂଜା ଗୌଉଡ, ଘର ଭିତରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ବାଲିପଦର କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ତେବେ କେଉଁ କାରଣ ପାଇଁ ପୂଜା ଆତ୍ମହତ୍ୟା କରିଛନ୍ତି ଏହାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ମୃତହେଦ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପ୍ରାରମ୍ଭିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ ।

Advertisment