କନକ ବ୍ୟୁରୋ: ମହାରାଷ୍ଟ୍ର ଥାଣେରେ ଜଣେ କଲେଜ ଛାତ୍ରୀଙ୍କ ସହ ରାସ୍ତା ମଝିରେ ଜୋରଜବରଦସ୍ତି କଲା ଅଟୋ ଡ୍ରାଇଭର । ଛାତ୍ରୀ ଜଣକ ଅଟୋରେ ବସିବାକୁ ରାଜି ନହେବାରୁ ତାଙ୍କୁ ପାଖାପାଖି ୫୦୦ ମିଟର ଯାଏଁ ଘୋଷାଡି ନେଇଯାଇଥିଲା ଅଟୋ ଡ୍ରାଇଭର ।
ଶୁକ୍ରବାର ଅପରାହ୍ନ ସମୟରେ ଛାତ୍ରୀ ଜଣକ କଲେଜରୁ ଘରକୁ ଫେରୁଥିବାବେଳେ ତାଙ୍କୁ ନିଜ ଅଟୋରେ ବସିବାକୁ କହିଥିଲା ଡ୍ରାଇଭର । ହେଲେ ଆବଶ୍ୟକ ନାହିଁ କହି ଛାତ୍ରୀଜଣକ ଆଗକୁ ବଢିଥିଲେ । ହେଲେ ତାଙ୍କ ହାତକୁ ଧରି ଟଣା ଓଟରା କରିବା ପରେ ଅଟା ଷ୍ଟାର୍ଟ କରିଥିଲା ଡ୍ରାଇଭର । ଛାତ୍ରୀ ଜଣଙ୍କୁ ପାଖାପାଖି ୫୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ବଳପ୍ରୟୋଗ କରି ଲାଜପତ ମେଟ୍ରୋ ଷ୍ଟେସନ ପାଖରୁ ନିଜକୁ ଅଟୋ ଡ୍ରାଇଭର କବଳରୁ ମୁକୁଳାଇବା ପରେ ଛାତ୍ରୀଜଣକ ସାହାଯ୍ୟ ପାଇଁ ଚିିକ୍ରାର କରିବାରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲା ।
ଏହି ଘଟଣାରେ ପୋଲିସ ପକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ଘଟଣାସ୍ଥଳର ସମସ୍ତ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/5-20.jpg)