ଭାବିସ୍ୱାମୀଙ୍କ ସାମ୍ନାରେ ଯୁବତୀଙ୍କୁ ଦୁଷ୍କର୍ମ ! ପୀଡିତାଙ୍କ ମୁହଁରେ ଲୋମହର୍ଷଣକାରୀ କାହାଣୀ

36

କନକ ବ୍ୟୁରୋ : ଗଂଜାମରେ ପୁଣି ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ । ପୀଡିତାଙ୍କ ମୁହଁରେ ଲୋମହର୍ଷଣକାରୀ କାହାଣୀ । ପୁଣି ଜଣେ କଲେଜ୍ ଛାତ୍ରୀଙ୍କୁ ଦୁଷ୍କର୍ମ । ଦିନ ଦିପହରେ କେମିତି ଭାବୀ ସ୍ୱାମୀଙ୍କ ସାମ୍ନାରେ ତାଙ୍କୁ ଦୁଷ୍କର୍ମ କରାଯାଇଛି, ପୋଲିସ ଆଗରେ ସବୁ କଥା କହିଛନ୍ତି ପୀଡିତା । ଖାଲି ସେତିକି ନୁହେଁ ଦୁଷ୍କର୍ମ ବେଳେ ଅଭିଯୁକ୍ତ କରିଥିଲେ ଭିଡିଓ ରେକର୍ଡ ।

ଘଟଣା ସୋମବାରର । ସ୍ଥାନୀୟ କଲେଜରେ ପଢୁଥିବା ଛାତ୍ରୀ ଜଣକ ଭାବୀସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିଲେ । ଠାକୁରାଣୀ ମନ୍ଦିର ନିକଟରେ ବୁଲୁଥିବା ବେଳେ ୬ ଜଣ ଯୁବକ ତାଙ୍କୁ ଘେରିଯାଇଥିଲେ । ଗାଡି ଅଟକାଇବା ସହ ତାଙ୍କ ଠାରୁ ମୋବାଇଲ୍ ଓ ଟଙ୍କା ଛଡାଇ ନେଇଥିଲେ । ପରେ ଉଭୟଙ୍କୁ ଜଙ୍ଗଲ ମଧ୍ୟକୁ ଟାଣି ନେଇଥିଲେ । ସେଠାରେ ଭାବୀ ସ୍ୱାମୀଙ୍କ ସାମ୍ନାରେ ଯୁବତୀଙ୍କୁ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ଅନ୍ୟ ଅଭିଯୁକ୍ତ ମାନେ ଯୁବତୀଙ୍କୁ ଧରିଥିବା ବେଳେ ଦୁଷ୍କର୍ମ ବେଳର ଭିଡିଓ ରେକର୍ଡ କରିଥିଲେ ।

ଥାନାରେ ଅଭିଯୋଗ ପରେ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଅନ୍ୟପଟେ ଭିଡିଓ ଉଠାଯାଇଥିବା ମୋବାଇଲକୁ ଜବତ କରିଛି ପୋଲିସ ।