କନକ ବ୍ୟୁରୋ: କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲର ୫ଶହ ମିଟର ଦୂରରେ ପଡି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଏହି ଘଟଣାରେ କୋଭିଡ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ପରିଚାଳକଙ୍କୁ ବହିଷ୍କାର କରାଯାଇଛି । ଏହାସହ ଏହି ପୂରା ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦୁଝର ଉପଜିଲ୍ଲାପାଳ ଓ ସଦର ଏସଡିପିଓଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି ।
ରାଙ୍କି କୋଭିଡ଼ ହସ୍ପିଟାଲ ଠାରୁ ମାତ୍ର ୫ଶହ ମିଟର ଦୂରରେ ରାସ୍ତାକଡ଼ରେ ପଡ଼ି କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତ ଜଣଙ୍କ କୋଭିଡ଼ ହସ୍ପିଟାଲରୁ ଖସି ଯାଇ ରାସ୍ତା କଡ଼ରେ ପଡି ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଜିଲ୍ଲାପାଳ ଏବଂ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଗତକାଲି ଅପରାହ୍ନରେ କୋଭିଡ଼ ହସ୍ପିଟାଲରୁ ଜଣେ ରୋଗୀ ଚମ୍ପଟ ମାରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା କର୍ମୀମାନେ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲେ । ହସ୍ପିଟାଲ ପଛପଟ ଦେଇ ରୋଗୀ ଜଣଙ୍କ ଚମ୍ପଟ ମାରିଥିବା ବେଳେ ୫ଶହ ମିଟର ଦୂରରେ ଥିବା ଅଚିନ୍ତା ମଠ ନିକଟରେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ରାସ୍ତାକଡ଼ରେ ପଡ଼ି ତାଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/vlcsnap-2021-05-12-17h38m17s855.png)