ସିଏଏକୁ ସମର୍ଥନ କରି ରାଲି କରୁଥିବା ବିଜେପି ନେତାଙ୍କୁ ଚାପୁଡା ମାରିଲେ ମହିଳା କଲେକ୍ଟର , ଲାଠି ଚାର୍ଜରେ ୨ ଆହତ । ଦେଖନ୍ତୁ ଭିଡିଓ

743

ମଧ୍ୟପ୍ରଦେଶର ରାଜଗଢ ଜିଲ୍ଲାରେ ରବିବାର ସିଏଏ ର ସମର୍ଥନରେ ତ୍ରିରଙ୍ଗା ଯାତ୍ରା ବାହାର କରିଥିବା ବିଜେପି କାର୍ଯ୍ୟକର୍ତ୍ତା ଏବଂ ପ୍ରଶାସନ ଭିତରେ ମୁହାଁମୁହିଁ ହୋଇଥିଲା । ଧାରା ୧୪୪ ଲାଗୁ ହେବା କାରଣରୁ ରାଜଗଢର କଲେକ୍ଟର ନିଧି ନିବେଦିତା ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରଦର୍ଶନକୁ ରୋକିଥିଲେ । କିନ୍ତୁ କାର୍ଯ୍ୟକର୍ତ୍ତା କଥା ନମାନିବାରୁ କଲେକ୍ଟର ଏବଂ କାର୍ଯ୍ୟକର୍ତ୍ତାଙ୍କ ଭିତରେ କଥା କଟାକଟି ହୋଇଥିଲା । ଏହି ସମୟରେ କଲେକ୍ଟର ଜଣେ ବିଜେପି ନେତାଙ୍କ ଗାଲରେ ଚାପୁଡା ମାରିଥିଲେ । ଯେଉଁଥିପାଇଁ ବିବାଦ ଅଧିକ ବଢିଯାଇଥିଲା ଏବଂ ପୋଲିସ୍ ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିୟନ୍ତ୍ରୀତ କରିବା ମଧ୍ୟ କଷ୍ଟକର ହୋଇପଡିଥିଲା । ପରିସ୍ଥିତି ଗମ୍ଭୀର ହେବାରୁ ଲାଠି ଚାର୍ଜର୍ କରାଗଲା ଯେଉଁଥିରେ ୨ ଜଣ କାର୍ଯ୍ୟକର୍ତ୍ତା ଆହତ ହୋଇଗଲେ ।

ସିଏଏ ସମର୍ଥନରେ ବିଜେପିର କାର୍ଯ୍ୟକ୍ରମକୁ ଧାରା ୧୪୪ ଲାଗୁ ହୋଇଥିବା କାରଣରୁ ପ୍ରଦର୍ଶନ କରିବା ପାଇଁ ଅନୁମତି ଦିଆଯାଇନଥିଲା । ଏହା ପରେ ବି ବିଜେପି କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ରାଲି କରିଥିଲେ । କଲେକ୍ଟର ନିଧି ନିବେଦିତା ଏବଂ ପୋଲିସ୍ କର୍ମୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରୋକିବାକୁ ପ୍ରୟାସ କରିଥିଲେ କିନ୍ତୁ ରାଲିରେ ବାହାରିଥିବା କାର୍ଯ୍ୟକର୍ତ୍ତା ପୋଲିସ କଥାକୁ ଗୁରୁତ୍ୱ ଦେଇନଥିଲେ । ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ପୋଲିସ୍ ଙ୍କ ଭିତରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହି ସମୟରେ ମହିଳା ଅଧିକାରୀଙ୍କ ସହ ଅଭଦ୍ରତା ଏବଂ ତାଙ୍କ ପୋଷାକ ଧରିବା ଭଳି ଘଟଣା ମଧ୍ୟ ଘଟିଥିଲା । ଯେଉଁଥିରେ ଏସଡିଏମ୍ ପ୍ରିୟା ବର୍ମା ରାଲି କରୁଥିବା ଦଳକୁ ନିୟନ୍ତ୍ରଣରେ ରହିବାକୁ ମଧ୍ୟ କହିଥିଲେ କିନ୍ତୁ କେହି ନ ଶୁଣିବା ଏବଂ ଅଭଦ୍ରତା କରିବା କାରଣରୁ ସେ ଜଣେ ବିଜେପି ନେତାଙ୍କ ଉପରେ ହାତ ଉଠାଇଥିଲେ । ପରିସ୍ଥିତି ଗମ୍ଭୀର ହେବାରୁ ଲାଠି ଚାର୍ଜ କରାଗଲା ।