କନକ ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ଆସିଥିବା ୩୫ଟି ଇ-ବସ ପଡ଼ି ରହି ଖତ ଖାଇବା ଘଟଣା । କନକ ନ୍ୟୁଜରେ ଖବର ବାଜିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଆବଶ୍ୟକ ଚାର୍ଜିଂ ଷ୍ଟେସନ ନଥିବାରୁ ଇ-ବସ ଚଳାଚଳ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

Advertisment

ଆହୁରି ମଧ୍ୟ କହିଛନ୍ତି, ଏହି ବସ୍ ଗୁଡିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପରେ ଚଳାଚଳ କରିଥାନ୍ତା । ମାଳତୀପାଟପୁର ବସଷ୍ଟାଣ୍ଡ ଓ ଷ୍ଟେସନ ଆଦି ଅଞ୍ଚଳରୁ ଭକ୍ତଙ୍କୁ ନେଇ ଜଗନ୍ନାଥ ବଲ୍ଲଭରେ ଛାଡିଥାନ୍ତା । ସେଠାରୁ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିବା ପାଇଁ ଯୋଜନା ରହିଥିଲା। ମାତ୍ର ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଚଳାଚଳ ବନ୍ଦ ରହିଥିଲା। ନୂଆ ସରକାର ଆସିବା ପରେ ଇ-ବସ୍ ଚାର୍ଜିଂ ଷ୍ଟେସନ ସହ ଏଗୁଡ଼ିକ ଚଲାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।