ଜିଲ୍ଲାପାଳ ସମ୍ମିଳନୀ : ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Advertisment
ଜିଲ୍ଲାପାଳ ସମ୍ମିଳନୀ : ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ। ନବନିର୍ମିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ହୋଇଥିବାରୁ ପ୍ରଶାସନିକ ମହଲରେ ଏହାକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

ଗତ କିଛି ମାସ ହେଲା ସରକାରଙ୍କ ଫୋକସରେ ‘୫-ଟି’ ଓ ‘ମୋ ସରକାର’ ରହୁଥିବାରୁ ଏହାକୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁ ମନ୍ତ୍ର ଦେବେ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ ସବୁ ବିଭାଗର ସଚିବମାନେ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe