କନକ ବ୍ୟୁରୋ : ହଟହଟା ହୋଇଛନ୍ତି ଜିଲ୍ଲାପାଳ । ଶେଷରେ ଜିଲ୍ଲାପାଳଙ୍କୁ ଚଲାଇ ଚଲାଇ ନେଇଛନ୍ତି ଗାଁର ଲୋକେ । ଗୁଣୁପୁର ତହସିଲ ଅନ୍ତର୍ଗତ କତୁରୁ ବାଲିଶଯ୍ୟାରୁ ବାଲି ଖନନକୁ ବିରୋଧ କରିଆସୁଛନ୍ତି ଗାଁର ଲୋକେ । ପ୍ରତିଦିନ ବାଲି ଉଠାଣ କରାଯାଉଥିବା ବେଳେ ଚାଷ ଉଜୁଡିଯିବା ସହିତ ଗାଁ ପ୍ରତି ବିପଦ ରହିଥିବାରୁ ଗାଁର ଲୋକେ ଏହାର ବିରୋଧ କରିଆସୁଥିଲେ । ଏହି ଘଟଣା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳଙ୍କୁ ଗାଁର ଲୋକେ ଘେରିଯାଇଥିଲେ ।
ବଂଶଧରା ବାଲିଶଯ୍ୟାରୁ ବାଲି ଖନନକୁ ବିରୋଧ : ଗୁଣୁପୁରରେ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ
/kanak/media/post_attachments/wp-content/uploads/2022/09/17-17.jpg)