ନଈକୂଳରେ କ୍ଷୀରରେ ପାଣି ମିଶାଉଥିଲା କ୍ଷୀରବାଲା, ଜିଲ୍ଲାପାଳ ଫଟୋ ଉଠାଇ ଭାଇରାଲ କରିଦେଲେ

ନଈକୂଳରେ କ୍ଷୀରରେ ପାଣି ମିଶାଉଥିଲା କ୍ଷୀରବାଲା, ଜିଲ୍ଲାପାଳ ଫଟୋ ଉଠାଇ ଭାଇରାଲ କରିଦେଲେ

କନକ ବ୍ୟୁରୋ: କ୍ଷୀର ବ୍ୟବସାୟୀ ଗାଁରୁ ସହରକୁ କ୍ଷୀର ନେଇ ବାଇକରେ ଯିବାବେଳେ ବାଟରେ ଗାଡି ରଖି ନଦୀଘାଟରୁ ପାଣି ଆଣି କ୍ଷୀରରେ ମିଶାଉଥିଲା । ଏହି ସମୟର ତା’ ଉପରେ ପଡିଥିଲା ମର୍ଣ୍ଣିଙ୍ଗ ୱାକରେ ଯାଉଥିବା ଜିଲ୍ଲାପାଳଙ୍କ ନଜର । ଜିଲ୍ଲାପାଳ ତୁରନ୍ତ ନିଜ ମୋବାଇଲରେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ । ଏବେ ଏହି ଭିଡିଓ ଭାଇରରାଲ ହେବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଲୋକେ ।

publive-imageସୂଚନା ମୁତାବକ, ମଧ୍ୟପ୍ରଦେଶ ସ୍ୟୋପୁର ସହର ନିକଟ ଦେଇ ବହିଯାଉଛି ମୋର୍ଣ୍ଡଙ୍ଗ୍ରୀ ନଦୀ । ଏହିପଟ ଦେଇ ଯାଉଥିବା ଜଣେ କ୍ଷୀର ବ୍ୟବସାୟୀ ବାଇକରେ ଯାଉଥିବାବେଳେ ଏହି ନଦୀ କୂଳରେ ଅଟକିଥିଲା ଏବଂ ନଈ ପାଣି ଆଣି ସବୁ କ୍ଷୀର କ୍ୟାନରେ ମିଶାଇଥିଲା । ସେହି ପଟ ଦେଇ ମର୍ଣ୍ଣିୱାକରେ ଯାଉଥିଲେ ସ୍ୟୋପୁର ଜିଲ୍ଲାପାଳ ସଞ୍ଜୟ କୁମାର । କ୍ଷୀରରେ ପାଣି ମିଶାଇବାର ସବୁ ଫଟୋ ମୋବାଇଲେରେ ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କେବଳ ଏତିକି ନୁହେଁ କ୍ଷୀର ବାଲାକୁ ଆଗକୁ ଏଭଳି ନକରିବାକୁ ତାଗିଦ ମଧ୍ୟ କରିଥିଲେ ।

publive-imageଏହି ଘଟଣା ପରେ ସେଠିକାର କ୍ଷୀର ବ୍ୟବସାୟୀଙ୍କ ଭିତରେ ଭୟ ଖେଳି ଯାଇଛି । ତେବେ ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିବାରେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଭଳି କରୁଥିବା ଅନ୍ୟ ଜଣେ କ୍ଷୀର ବ୍ୟବସାୟୀଙ୍କୁ ଚେତାବନୀ ଦେଇଥିଲେ ଜିଲ୍ଲାପାଳ ସଞ୍ଜୟ କୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe