ଅମାନିଆ ଗାଡି ଚାଳକ ସାବଧାନ ! ନିୟମ ନମାନିଲେ ମାମୁଁ ପଠାଇବେ ଲଭ୍ ଲେଟର, ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଚାଲାଣ ।

449

କନକ ବ୍ୟୁରୋ : ଅମାନିଆ ଗାଡି ଚାଳକ ସାବଧାନ । ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ରେକର୍ଡ କରୁଛି ସିସିଟିଭି । ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଚାଲାଣ । ସିସିଟିଭି ଦେଖି ପ୍ରତିଦିନ ୩୫୦ଟି ଚାଲାଣ କଟାଯାଉଛି । ଆଗାମୀ ୨ରୁ ୩ ମାସ ମଧ୍ୟରେ ଏ ସଂଖ୍ୟା ଆହୁରି ବଢିବ । ପାଖାପାଖି ଏକ ବର୍ଷ ମଧ୍ୟରେ କଟକ-ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଫାଇନ ଭାବେ ଆଦାୟ କରାଯାଇଛି ।

ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯଦି, ବେପରୁଆ ଭାବେ ଗାଡି ଚଳାଇବେ ତେବେ ଆପଣଙ୍କ ଘରେ ଯାଇ ପହଞ୍ଚିବ ପୁଲିସ ଚାଲାଣ ବା ଲଭଲେଟର । ତେଣୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ କହିଛନ୍ତି ପୁଲିସ କମିସନର ।