‘ସୁପର ମମ’କୁ ଶେଷ ସଲାମ୍ : ୨୯ଟି ଛୁଆ ଜନ୍ମ ଦେଇ ବାଘ ସଂଖ୍ୟା ବୃଦ୍ଧିରେ କରିଥିଲା ରେକର୍ଡ; ସମ୍ମାନର ସହ କରାଗଲା ଶେଷକୃତ୍ୟ

232

କନକ ବ୍ୟୁରୋ : ‘ସୁପର ମମ୍’କୁ ଶେଷ ସଲାମ୍ । ମଧ୍ୟପ୍ରଦେଶ ପେଂଚ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ୧୭ ବର୍ଷୀୟା ବାଘୁଣୀର ମୃତ୍ୟୁ ହୋଇଛି । ଗତକାଲି ବାଘୁଣୀଟି ମୃତ୍ୟୁବରଣ କରିଛି । ଜୀବନକାଳ ମଧ୍ୟରେ ଏହି ବାଘୁଣୀ ୨୯ଟି ଛୁଆ ଜନ୍ମ ଦେଇ ମଧ୍ୟପ୍ରଦେଶ ଦେଶରେ ବାଘସଂଖ୍ୟା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାଘୁଣୀର ଶେଷକୃତ୍ୟ ସମ୍ମାନର ସହ ସପ୍ନ୍ କରାଯାଇଛି । ଜଙ୍ଗଲ ବିଭାଗ ଏହି ବାଘୁଣୀର ନାଁ ଟି୧୫ ଦେଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ତାକୁ ଶ୍ରଦ୍ଦାରେ କଲାରୱାଲୀ ନାରେ ଡାକୁଥିଲେ । ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତମ ମିଶ୍ରଙ୍କ ସମେତ ଅନ୍ୟମାନେ ବାଘୁଣୀର ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।