କନକ ବ୍ୟୁରୋ: ବଡ଼ ଷ୍ଟାଡିୟମର ଦୁର୍ବଳ ପାଚେରି । କିଛି ଦିନ ତଳେ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ ଭାବେ ମାନ୍ୟତା ପାଇଥିଲା ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ହେଲେ ଏବେ ଏହାର ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି । କିଛି ଦିନ ତଳେ ଏଠାରେ ଥିବା ହକି ଖେଳାଳିଙ୍କ ବିଶାଳ ପ୍ରତିମୂର୍ତି ସାମାନ୍ୟ ପବନରେ ଭାଙ୍ଗିଯାଇଥିଲା, ଏବେ ପୁଣି ଷ୍ଟାଡିୟମର ପାଚେରି ଭୁଷୁଡ଼ି ପଡ଼ିଛି ।

Advertisment
  • ଭାଙ୍ଗିଲା ୪୦ ଫୁଟର ହକି ସ୍ମାରକୀ
  • ଧସିଲା ପାଚେରୀ

ବିଶ୍ୱସ୍ତରୀୟ ରାଉରକେଲା ହକି ଷ୍ଟାଡିୟମ ନିର୍ମାଣକୁ ବର୍ଷେ ପୁରିନି, କିନ୍ତୁ ଏକମାସ ମଧ୍ୟରେ ଦୁଇଟି ଦୁଇଟି ଘଟଣା ସ୍ପଷ୍ଟ କରିଦେଇଛି କାମ କେତେ ନିମ୍ନମାନର ହୋଇଛି । ଗତ ମାସରେ ଗଳି ପଡିଥିଲା ଏୟାରପୋର୍ଟ ନିକଟରେ ସ୍ଥାପନ ହୋଇଥିବା ୪୦ ଫୁଟ ଉଚ୍ଚତାର ହକି ସ୍ମାରକୀ । ଏବେ ମାଟିରେ ମିଶିଛି ଷ୍ଟାଡୟମ ନିକଟରେ ନିର୍ମାଣ ହୋଇଥିବା ୫ଠ ପୁଟ ଲମ୍ବର ୮ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରୀ । ଏହାସହିତ ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଲଗାଯାଇଥିବା ପେଭର ବ୍ଲକ ସବୁ ଭାଙ୍ଗିରୁଜି ଯିବା ସହ ଷ୍ଟାଡିୟମର ୬ନଂ ପ୍ରବେଶ ପଥରେ ମଧ୍ୟ ବଡ ଫାଟ ସୃଷ୍ଟି ହୋଇଛି । ଏଭଲି ହକି ଷ୍ଟାଡିୟାମ ନିର୍ମାଣ ପାଇଁ କୋଟି କୋଟି ଟଙ୍କ ଖର୍ଚ୍ଚ ହୋଇଥିଲେ ବି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।

ତେବେ କୌଣସି ଅଘଟଣ ଘଟିବା ମାତ୍ରେ ସଂପୃକ୍ତ ସ୍ଥାନକୁ ତୁରନ୍ତ ସବୁଜ ଗାଲିଚାରେ ଘୋଡାଇ ଦିଆଯାଇ ପୁଲିସ ଜଗୁଆ ବ୍ୟବସ୍ଥା କରାଯାଇଛି । ଆଉ ଅଳ୍ପ ସମୟ ବ୍ୟବଧାନରେ ଦୁଇଟି ଦୁଇଟି ଘଟଣା ଘଟିଥିବାରୁ ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସ୍ମାର୍ଟସିଟି ଲିମିଟେଡ ସିଇଓ ତଥା ଆରଏମସି କମିଶନର । ସେ କହିଛନ୍ତି, ପାଚେରୀ ଧସିନି, ଡ୍ରେନଜଳ ନିଷ୍କାସନ ପାଇଁ ପାଚେରୀର ପୁନଃନିର୍ମାଣ କାମ ହାତକୁ ନିଆଯାଇଛି । ଯେଉଁ ତ୍ରୁଟି ଦେଖାଯିବ , ତାର ବିଚାର କରାଯାଇ ସଂପୃକ୍ତ ଠିକା ସଂସ୍ଥା ଖର୍ଚ୍ଚରେ କାର୍ଯ୍ୟ ସମ୍ପନ୍ନ ହେବ ।

ତେବେ ନିର୍ମାଣର ଏକବର୍ଷ ନ ହେଉଣୁ ସାମାନ୍ୟ ବର୍ଷାରେ ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପାଚେରୀ ଧସିବା ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।