ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ । -୫୧ ଡିଗ୍ରୀ ଶୀତରେ ବି ଚାଲିଛି ସ୍କୁଲ । ହାଡଭଙ୍ଗା ଶୀତରେ ପିଲା ଯାଉଛନ୍ତି ସ୍କୁଲ, ପଢୁଛନ୍ତି ପାଠ ।

333

କନକ ବ୍ୟୁରୋ : ସମସ୍ତେ ଥଣ୍ଡାକୁ ପସନ୍ଦ କରନ୍ତି । ଆଉ ବରଫ ପଡୁଥିବା ସ୍ଥାନକୁ ଯିବାକୁ ଭଲପାଆନ୍ତି । ହେଲେ ଏଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା କେତେ କଷ୍ଟଦାୟକ ତାହା କେବେ ବି ଆମ ମନରେ ଆସି ନଥାଏ । ଆଉ ଏଠାରେ ଲୋକମାନେ ଥଣ୍ଡା ସହ ବଞ୍ଚିବାକୁ ସଂଘର୍ଷ କରିଥାନ୍ତି ।

ସାଇବେରିଆ, ବିଶ୍ୱର ସବୁଠାରୁ ଥଣ୍ଡା ଜାଗା ଭାବରେ ପରିଚିତ । ଏଠାରେ ତାପମାତ୍ରା -୫୦ ଡିଗ୍ରୀ ସେଲିସୟସ ପାଖାପାଖି ରହିଥାଏ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହାଡଭଙ୍ଗା ଶୀତରେ ବି ପିଲାମାନେ ଏଠାରେ ସ୍କୁଲ ଯାଆନ୍ତି । ଆଉ ଶୀତରେ ପାଠ ପଢନ୍ତି । ଶୀତ ବସ୍ତ୍ର ପିନ୍ଧି ଛୋଟ ଛୋଟ ପିଲାମାନେ ଏହି ଶୀତରେ ସ୍କୁଲ ଯିବାର ଦେଖାଯାଇଥାଏ । । ଏହି ସ୍କୁଲରେ ୧୧ ବର୍ଷରୁ କମ ପିଲାଙ୍କୁ ସେତେବେଳେ ସ୍କୁଲ ମନା କରାଯାଇଥାଏ, ଯେତେବେଳେ ଏଠାରେ ତାପମାତ୍ରା -୫୨ ଡିଗ୍ରୀରେ ପହଞ୍ଚିଥାଏ ।

ସାଇବେରିଆର ଓମାୟାକୋନ ସହରରେ ଏହି ସ୍କୁଲ ଅବସ୍ଥିତ । ଏଠାରେ ବ୍ୟାଙ୍କ ଓ ପୋଷ୍ଟ ଅଫିସର ସୁବିଧା ମଧ୍ୟ ରହିଛି । ଏହି ସ୍କୁଲକୁ ୧୯୩୨ ମସିହାରେ ଷ୍ଟାଲିନର ରାଜା ନିର୍ମାଣ କରିଥିଲେ । ଏହି ସ୍କୁଲକୁ ଖରା ତୁମୁଲ ଓ ବେରେଗ ୟୁର୍ଡେ ଗାଁର ପିଲାମାନେ ପାଠ ପଢିବାକୁ ଆସନ୍ତି ।

ତେବେ ଏଠାରେ ଏତେ ଥଣ୍ଡା ହୋଇଥାଏ ଯେ ଦେହରେ ସପୂର୍ଣ୍ଣ ବରଫର ଆସ୍ତରଣ ପଡିଯାଇଥାଏ । କୁହାଯାଏ ଯେ ଯଦି ଏହି ପାଗରେ ଗରମ ପାଣିକୁ ଏଠାରେ ରଖାଯାଏ ତାହା ସଙ୍ଗେ ସଙ୍ଗେ ବରଫରେ ପରିଣତ ହୋଇଯାଏ । ଏହି ପାଗରେ ଅଧିକାଶଂ ଲୋକ ଏଠାରେ ଥଣ୍ଡା ସର୍ଦ୍ଦିର ସମସ୍ୟାରେ ମଧ୍ୟ ପଡିଥାନ୍ତି । ଏଭଳି ସ୍ଥିତିରେ ଅନୁମାନ କରିହେବ ଯେ ପିଲାମାନେ ସେଠାରେ କେମିତି ପରିସ୍ଥିତିକୁ ସାମ୍ନା କରି ସ୍କୁଲକୁ ଯାଆନ୍ତି ।

-୫୦ ଡିଗ୍ରୀ ତାପମାତ୍ରାରେ ଏଠାରେ ହାଇପୋଥର୍ମିଆର ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଥାଏ । ହାଇପୋଥର୍ମିଆରେ ଶରୀର ତାପମାତ୍ରା ଅତି ଶୀଘ୍ର ହ୍ରାସ ହୋଇଥାଏ । ଫଳରେ ବ୍ଲଡ ପ୍ରେସର, ହାର୍ଟ ବିଟ ଦ୍ରୁତ ବଢିବା ଓ କେତେକ କ୍ଷେତ୍ରରେ ମୃତ୍ୟୁ ବି ହୋଇପାରେ । ଏହି ତାପମାତ୍ରାରେ ଡାକ୍ତରମାନେ ମଧ୍ୟ ଗଭୀର ନିଶ୍ୱାସ ନେବାକୁ ମନା କରନ୍ତି । କାରଣ ନିଶ୍ୱାସ ନେବା ଏଠାରେ କଷ୍ଟକର ହୋଇଥାଏ । ଏହାସହ ଫୁସଫୁସରେ ଥଣ୍ଡା ପବନ ବାଜିବା ଦ୍ୱାରା ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେବେ ଏଭଳି କ୍ଷେତ୍ରରେ କେବଳ ସ୍କୁଲ ନୁହେଁ ସାଧାର ଜୀବନଯାପନ ମଧ୍ୟ ବିପଦଜ୍ଜନକ ହୋଇଥାଏ ।