ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା: କାଲୁଆ ପବନ ବଢ଼ାଇଲା ଥଣ୍ଡା

236

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଉତର ଉପକୂଳ ଓଡିଶା ସମେତ ଉତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର, କେନ୍ଦ୍ରାପଡା ଜିଲ୍ଲାର କିଛି ଅଂଚଳରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଲାଗି ରହିବ କୋହଲା ପାଗ । ଫଳରେ ରାତିର ତାପମାତ୍ରା ଖସିବ । ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ ତାରତମ୍ୟ କମ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୪ ଘଂଟା ପରେ ପରବର୍ତି ୩ ଦିନ ମଧ୍ୟରେ ୨ରୁ ୩ଡିଗ୍ରୀ ଯାଏଁ ରାତିର ତାପମାତ୍ରା ଖସିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗତକାଲି ଠାରୁ ଛିପିଛିପି ବର୍ଷା ଯୋଗୁଁ ବରଗଡ ସହରରେ ପାଣି ଜମି ରହିଛି । ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆୟୋଜିତ ମୀନାବାଜର ।