ପାଗରେ ପରିବର୍ତ୍ତନ । ୨୦ରୁ କମିବ ଶୀତ । ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ

10

କନକ ବ୍ୟୁରୋ : ଜାନୁଆରି ୨୦ ଠାରୁ କମିବ ଶୀତ। ପ୍ରଥମେ ଦକ୍ଷିଣ ଓ ପରେ ଉତ୍ତର ଓଡ଼ିଶାର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ଏଥିପାଇଁ ଥଣ୍ଡା ପରିମାଣ ମଧ୍ୟ ହ୍ରାସ ଘଟିବ। ଚଳିତ ମାସ ଶେଷ ଆଡ଼କୁ ସାରା ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ରହିଛି। ଫୁଲବାଣୀ, ସୁନ୍ଦରଗଡ଼ ପରି କେତେକ ସ୍ଥାନରେ ହାଲକା ଶୀତ ଅନୁଭୂତ ଜାରି ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଓୟୁଏଟି କୁଳପତି ତଥା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ୨୦ ତାରିଖ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ଅପରିବର୍ତିତ ରହିବ। ସେଭଳି ପରିବର୍ତନ ହେବ ନାହିଁ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ରୁ ୧୪ ଡିଗ୍ରି ମଧ୍ୟରେ ରହିବ। ଏହି ସମୟରେ ମୟୁଭରଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ତାପମାତ୍ରା କ୍ରମଃଶ ବଢ଼ିବାକୁ ଥିବା

ବେଳେ କଳାହାଣ୍ଡି, ନୂଆପଡ଼ାରେ ତାପମାତ୍ରା କମିବ। ୨୦ ତାରିଖ ପରେ ପାଗରେ ପରିବର୍ତନ ଆସିବାର ସମ୍ଭାବନା ରହିଛି। ପ୍ରଥମେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ବଢ଼ିବ। ତେଣୁ ସେଠାରେ ଶୀତ କମିବ। ଏହାପରେ ଉତ୍ତର ଓଡ଼ିଶାରେ ଶୀତ କ୍ରମଶଃ ହ୍ରାସ ପାଇବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.