ପୁଣି ଲେଉଟିବ ଥଣ୍ଡା । କାଲିଠୁ କମିବ ତାପମାତ୍ରା, ବଢିବ ଶୀତ ।

297

କନକ ବ୍ୟୁରୋ :  ଶୁକ୍ରବାରଠାରୁ ପୁଣି ଲେଉଟିବ ଥଣ୍ଡା । ଆଜି ତୁଳନାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିବ । ସ୍ଥାନେ ସ୍ଥାନେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ତେବେ ଗୁରୁବାର ପାଗରେ ସେତେଟା ପରିବର୍ତନ ହେବନି । ପୂର୍ବଭଳି ସ୍ଥିତି ଲାଗିରହିବ ଏବଂ କେତେକ ସ୍ଥାନରେ ଘନକୁହୁଡ଼ି ପଡ଼ିବ ।

ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, କଟକ, ଖୋର୍ଧା, କେନ୍ଦ୍ରାପଡ଼ା, ସୋନପୁର, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବ । ଏଥିପ୍ରତି ସତର୍କତା‌ ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ରେକର୍ଡ କରାଯାଇଛି । ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା ।