ହଟୁଛି କୋହଲା ପାଗ, ଶୀତରୁ ମିଳିପାରେ ସାମୟିକ ଆଶ୍ୱସ୍ତି । ୪ରୁ ୫ ଦିନ ଯାଏଁ ଆଉ ଖସିବନି ପାରଦ

ପାଣିପାଗ ସ୍ୱାବାଭିକ୍ ରହିବା ନେଇ ଆଂଚଳିକ ପାଣିପାଗ ବିଭାଗର ସୂଚନା

74

କନକ ବ୍ୟୁରୋ: ହଟୁଛି କୋହଳା ପାଗ, ଶୀତରୁ ମିଳିପାରେ ସାମୟିକ ଆଶ୍ୱସ୍ତ । ଆସନ୍ତା ୪ରୁ ୫ ଦିନ ଯାଏଁ ଆଉ ଖସିବନି ପାରଦ । ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ପାଣିପାଗ ସ୍ୱାବାଭିକ୍ ରହିବ । ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ କୋହଳା ପାଗ ଯୋଗୁଁ ଶୀତର ପ୍ରଭାବ ବଢ଼ିଥିଲା ।

କିନ୍ତୁ ଏବେ କୋହଳା ପାଖ ହଟିଯିବା ସହ ପାରଦ ବଢ଼ିବାର ସଂଭାବନା ରହିଛି । ଯାହା ଫଳରେ ଆସନ୍ତା ୪ରୁ ୫ ଦିନ ଯାଏଁ ଶୀତର ମାତ୍ରା ସ୍ୱାଭାବିକ୍ ରହିବ । ଯେମିତି ଦୁଇ ଦିନ ହେଲା ଅଚାନକ୍ ଶୀତ ବଢ଼ି ଯାଇଥିଲା, ସେଭଳି ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.