କନକ ବ୍ୟୁରୋ : ପୁଣି ଥଣ୍ଡାରେ ଥରିବ ଓଡ଼ିଶା । ରାଜ୍ୟକୁ ଉତରା-ପଶ୍ଚିମା ଥଣ୍ଡା-ଶୁସ୍କ ବାୟୁ ପ୍ରବେଶ କରୁଥିବାରୁ ପ୍ରବଳ ଥଣ୍ଡା ଅନୁଭୁତ ହେବାର ଆଶଙ୍କା ରହିଛି । ୪୮ ଘଂଟା ମଧ୍ୟରେ ୩ରୁ ୪ ଡ଼ିଗ୍ରୀ ତଳକୁ ଖସିବ ରାତିର ତାପମାତ୍ରା । ଆଜିଠୁ ୩୦ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ଶୀତ ଲହରୀ । ୧୦ ଡ଼ିଗ୍ରୀ ତଳକୁ ତାପମାତ୍ରା ଖସିପାରେ । ପାହାଡ଼ିଆ ଅଂଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତିର ତାପମାତ୍ରା ୧୦ ଡ଼ିଗ୍ରୀ ତଳକୁ କମ୍ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାରେ ଏବଂ ୩୦ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବା ସହ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଗତ ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲାରେ ହାଲୁକା ବର୍ଷା ହୋଇଯାଇଛି । ମାଲକାନଗିରି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/458db36e855117ca565cb29732332e46.jpg)