କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଛି । ରାଜ୍ୟରେ ୬ଟି ସହରରେ ୧୫ ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା ରହିଛି । ୧୧ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡିରେ ସବୁଠାରୁ ଅଧିକ ଥଣ୍ଡା ହୋଇଥିବାବେଳେ ଫୁଲବାଣୀରେ ୧୩.୨ ଡିଗ୍ରୀ, ଟିଟିଲାଗଡରେ ୧୪.୫ ଡିଗ୍ରୀ, ଝାରସୁଗୁଡାରେ ୧୪.୬ ଡିଗ୍ରୀ, କେନ୍ଦୁଝରେ ୧୪.୮ ଡିଗ୍ରୀ ଏବଂ ସୋନପୁରରେ ୧୪.୯ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

Advertisment

ସେହିପରି ଭୁବନେଶ୍ୱରରେ ୧୮.୫ ଡିଗ୍ରୀ, କଟକରେ ୧୮.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଆଗାମୀ ୨୪ ଘଣ୍ଟା ପରେ ଧୀରେ ଧୀରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ସହ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।