ପୁଣି ଲେଉଟିଲା ଶୀତ, ରେକର୍ଡ ଭାଙ୍ଗିଲା । ଅନେକ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

10

କନକ ବ୍ୟୁରୋ: କିଛି ଦିନ ପରେ ପୁଣି ଲେଉଟିଛି ଶୀତ । ରାଜ୍ୟର ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଯାଇଛି । ଫଳରେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଉପକୂଳ ଓଡ଼ିଶାକୁ ଛାଡ଼ି ଅନ୍ୟ ସବୁ ଆଡ଼େ ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୦ ଡିଗ୍ରି ତଳକୁ ଖସି ଆସିଛି।

ଫୁଲବାଣୀର ତାପମାତ୍ରା ୩ ଡିଗ୍ରୀ ତଳକୁ ଖସି ଚଳିତ ବର୍ଷର ରେକର୍ଡ ଭାଙ୍ଗିଛି। ଗତକାଲି ଏଠାରେ ୩.୫ ଡିଗ୍ରୀ ରହିଥିଲା। ଫୁଲବାଣୀ ସହର ସମେତ ଜିଲ୍ଲାର ବେଲଘର, ଜି ଉଦୟଗିରି ଆଦି ସ୍ଥାନରେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଏଠାରେ ହାଲକା ତୁଷାରପାତ ବି ହେଉଛି। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିଲେ ମଧ୍ୟ ରାତିରେ ଘନ କୁହୁଡ଼ି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ବି ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିଛି।

ଉତ୍ତର ଓ ଦକ୍ଷିଣ ଓଡ଼ିଶାର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି। ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତିରେ କୌଣସି ପରିବର୍ତନ ହେବ ନାହିଁ। ୨୨ ଓ ୨୩ ତାରିଖରେ ଥଣ୍ଡାର ମାତ୍ରା ସାମାନ୍ୟ ହ୍ରାସ ପାଇବ। ହେଲେ ଘନ କୁହୁଡ଼ି ପଡ଼ିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.