ପୁଣି ଥରାଇବ ଥଣ୍ଡା ! ଜାନୁଆରୀରୁ ବଢିବ ଶୀତର ପ୍ରକୋପ: ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

145

କନକ ବ୍ୟୁରୋ: ବଢ଼ିବ ଶୀତ । ଜାନୁଆରୀ ପହିଲାରୁ ରାଜ୍ୟରେ ଶୀତ ଅନୁଭବ ହେବ । ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟକୁ ଉତର ଓ ଉତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ଉତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ବଢ଼ିଛି । ଅପରପକ୍ଷେ ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବା ପରବର୍ତୀ ୩ ଦିନ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତନ ହେବାର ସମ୍ଭାବନା ନାହିଁ ।

ନୂଆବର୍ଷ ସୁଦ୍ଧା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ । ଗତ ୨୪ ଘଂଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଥିଲା । ସମତଳ ଅଂଚଳମାନଙ୍କ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩ଦଶମିକ୪ ଡ଼ିଗ୍ରୀ ଝାରସୁଗୁଡ଼ା ଠାରେ ରେକର୍ଡ଼ ହୋଇଛି । ଏଥିସହ ପାହାଡ଼ିଆ ଅଂଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨ ଦଶମିକ ୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ଗଜପତିରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।