ଆସନ୍ତା ୪ ଦିନ ଯାଏ ଘନ କୁହୁଡ଼ି ! ରାତିରେ ବଢିବ ପାରଦ, କମିବ ଥଣ୍ଡାର ପ୍ରକୋପ

Advertisment
ରାଜ୍ୟରେ ଆହୁରି ୫ଦିନ ଯାଏଁ ଜାରି ରହିବ ଘନ କୁହୁଡି । ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ୨୩ରୁ କେତେକ ସ୍ଥାନରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତେଣୁ ଥଣ୍ଡା କମିବ। ତେବେ କୁହୁଡ଼ି ପରିମାଣ ବଢ଼ିବ। ଆସନ୍ତା ୩ରୁ ୪ ଦିନ ପାଇଁ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ କୁହୁଡ଼ି ହୋଇପାରେ।

ଆସନ୍ତା ୪୮ ଘଣ୍ଟା ଯାଏ କୌଣସି ବି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ନାହିଁ। ତେବେ ୧୭ ତାରିଖ ରାତିରୁ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଖୋର୍ଧା, ନୟାଗଡ଼, ପୁରୀ, କଟକ ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ୧୮ ତାରିଖରେ ଉକ୍ତ ଜିଲ୍ଲାଗୁଡ଼ିକ ସମେତ କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ୧୭ ଓ ୧୮ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଥଣ୍ଡା କିଛି ମାତ୍ରାରେ କମିଛି। ଫୁଲବାଣୀରେ ୫.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁର, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୭, ଟିଟିଲାଗଡ଼ରେ ୭.୬ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe