୨ ଦିନ ଧରି ଓଡ଼ିଶାକୁ ଢାଙ୍କି ରଖିବ କୋହଲା ପାଗ, ରାଜ୍ୟବ୍ୟାପି ଅନୁଭୂତ ହେବ ପ୍ରବଳ ଶୀତ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିବ ପାରଦ, ବଢ଼ିବ ଶୀତ

Advertisment
ପୁଣି ଥରାଇବ ଥଣ୍ଡା ! ଜାନୁଆରୀରୁ ବଢିବ ଶୀତର ପ୍ରକୋପ: ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

କନକ ବ୍ୟୁରୋ: ଆଜିଠାରୁ ବଦଳିପାରେ ପାଗର ମିଜାଜ୍ । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ତିନି ଦିନ ଧରି ଓଡ଼ିଶାରେ କୋହଳା ପାଗ ଲାଗି ରହିବ । ତେବେ ଗୋଟିଏ ସପ୍ତାହ ଧରି ଓଡ଼ିଶାର ସ୍ଥାନେ ସ୍ଥାନେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆଜିଠାରୁ କିଛି ସ୍ଥାନରେ ଘନ କୁହୁଡ଼ି ଅନୁଭୁତ ହେବ ।

publive-image

କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସଂଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଗତକାଲି ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି,ଗଜପତି, ଢ଼େଙ୍କାନାଳ, ସୋନପୁର, ଅନୁଗୁଳ, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe