କନକ ବ୍ୟୁରୋ: ବଢୁଛି ଥଣ୍ଡା । ସକାଳୁ ସକାଳୁ କୁହୁଡିର ଆସ୍ତରଣ । ପାହାଡପର୍ବତ ଘେରା ସୌନ୍ଦର୍ଯ୍ୟରେ ଭରା କନ୍ଧମାଳରେ ଶୀତର ମଜା ନିଆରା । ଶୀତ ଲହରୀ ଜାରିରହିଥିଲେ ବି ଶୀତର ମଜା ନେଉଛନ୍ତି ଲୋକେ । ଖାଲି ସ୍ଥାନୀୟ ଲୋକ ନୁହନ୍ତି ପର୍ଯ୍ୟଟକଙ୍କ ବି ବେଶ ଗହଳି ଜମିଛି । ଆକାଶ ମେଘମୁକ୍ତ ଥିବା ବେଳେ ଶୀତ ଯୋଗୁ କୁହୁଡି ବି ଦିନ ୧୦ଟା ଯାଏ ଲାଗିରହୁଛି । କିଛି ଶୀତୁଆ ସକାଳରେ ଚା ଖଟିରେ ଭିଡ ଜମାଉଛନ୍ତି । ଆଉ କିଛି ଶୀତ କାକରରେ ବି ନିଆଁ ଜାଳି ପୋଉଁଥିବାର ଦେଖିବାକୁ ମିଳିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us