କନ୍ଧମାଳରେ ଥରହର କରୁଛି ଶୀତ : ଲାଗାତାର ତୃତୀୟ ଦିନ ପାଇଁ  ତାପମାତ୍ରା ୫ ଡିଗ୍ରୀ ତଳେ; ଜନଜୀବନ ପ୍ରଭାବିତ, ଥଣ୍ଡାର ମଜା ନେଉଛନ୍ତି ପର୍ଯ୍ୟଟକ

224

କନକ ବ୍ୟୁରୋ : ଶୀତରେ ଥରହର ସାରା ଓଡିଶା । କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ହେଉଛି । ଲଗାତର ଦ୍ୱିତୀୟ ଦିନ ପାଇଁ ଆଜି ପୁଣି ତୁଷାରପାତ ହୋଇଛି । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ କିଛି ଲୋକେ ଶୀତକୁ ଉପଭୋଗ କରୁଛନ୍ତି ।

ତୁଷାରପାତକୁ ଦେଖିବା ପାଇଁ ଲୋକଙ୍କ ଭିଡ ହେଉଛି । ହେଲେ ଗରିବ ଖଟିଖିଆଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ଏହି ଜାଡ । ଥଣ୍ଡା ଯୋଗୁଁ ଦିନ ୧୦ଟା ଆଗରୁ ଘରୁ ବାହାରି ହେଉନାହିଁ । ତେଣୁ ଦିନ ମଜୁରିଆଟିଏ କାମଧନ୍ଦା କରିବାକୁ ଯାଇ ପାରୁନାହାନ୍ତି । ତେଣୁ ପେଟପାଟଣାକୁ ନେଇ ଚିନ୍ତାରେ ପଡିଛନ୍ତି ।