କନକ ବ୍ୟୁରୋ: ଆସନ୍ତାକାଲିଠାରୁ ପୁଣି ଥରାଇବ ଶୀତ । କାଲିଠାରୁ ଆକାଶ ମେଘମୁକ୍ତ ରହିବା ସହ ତାପମାତ୍ରା କମିବ । ଫଳରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ । ଏଭଳି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହା ସହିତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ପଡିବ ବୋଲି ଆକଳନ କରାଯାଇଛି । ବିଶେଷକରି କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସଂଭାବନା ରହିଛି ।
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ଷା ଯୋଗୁଁ ସାରା ରାଜ୍ୟରେ କୋହଲା ପାଗ ଥିବାବେଳେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆକାଶ ମେଘାଛନ୍ନ ରହିବ। ଏହାସହ ସାରା ରାଜ୍ୟରେ ଦିନତମାମ୍ ପ୍ରବଳ ଥଣ୍ଡା ଅନୁଭୂତ ହେବ। ସ୍ବାଭାବିକ ତାପମାତ୍ରା ଠାରୁ କମ୍ ତାପମାତ୍ରା ରହିବ। ସଂଧ୍ୟା ପରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ। ଅନୁଗୁଳ, ଦାରିଙ୍ଗବାଡ଼ି, ସୋନପୁର, ଫୁଲବାଣୀ, ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ଼, ବାଲେଶ୍ବର, ମୟୂରଭଞ୍ଜ ଆଦି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଥଣ୍ଡା ହେବ। ଅପରପକ୍ଷେ ୬ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବାକୁ ଥିବାବେଳେ ୮ତାରିଖ ରାତିରୁ ୯ତାରିଖ ସକାଳ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାପରେ ପାଗ ବଦଳିବାର ସମ୍ଭାବନା ଅଛି।
ସେହିପରି ଆସନ୍ତା ତିନି ଦିନ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୫ ତାରିଖରେ କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା, କଳାହାଣ୍ଡି ଜିଲ୍ଲାକୁ, ୬ତାରିଖରେ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ, ୭ତାରିଖରେ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/6-2.jpg)
/kanak/media/post_attachments/wp-content/uploads/2020/01/7-4.jpg)
/kanak/media/post_attachments/wp-content/uploads/2020/01/7-5.jpg)