ଝିପିଝିପି ବର୍ଷା ସାଙ୍ଗକୁ କଲବଲ କରୁଛି କୋହଲା ପାଗ । ଆଜି ରାତିରୁ କମିବ ବର୍ଷା ବଢିବ ଶୀତ । ପ୍ରବଳ ଥଣ୍ଡା ସହ ଏହିସବୁ ଜିଲ୍ଲାକୁ ଢାଙ୍କିବ ଘନ କୁହୁଡି

484

କନକ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । କେତେକ ସ୍ଥାନରେ ଝିପ ଝିପ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଆଜିଠାରୁ ଜାଡ ବଢିବା ସହ ପୁରୀ, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ତେବେ ବର୍ଷା ପରେ ପରେ ପୁଣି ଲେଉଟିବ ଶୀତ । ଆସନ୍ତାକାଲିଠାରୁ ତାପମାତ୍ରା ୩ରୁ ୪ଡ଼ିଗ୍ରୀକୁ ଖସି ଆସିବ । ସେହିଭଳି ରାଜ୍ୟର ୪ ଜିଲ୍ଲାରେ ଶୀତର ଲହରି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସୋନପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଏବଂ ଅନୁଗୁଳରେ ଆସନ୍ତାକାଲିଠଆରୁ ଥଣ୍ଡାର ପରିମାଣ ବଢିବା ନେଇ ପୂର୍ବାନୁମାନ ପାଣିପାଗ କେନ୍ଦ୍ର । ଉଲ୍ଲେଖ ଥାଉ କି. ବିହାର ଓ ଏହାର ପାଖ ଅଂଚଳରେ ଘୂର୍ଣ୍ଣିବଳୟ ରହିଥିବାରୁ ଏପରି ସ୍ଥିତି ଓଡିଶାରେ ଦେଖିବାକୁ ମିଳିଛି ।