କୋରାପୁଟ କଂଗ୍ରେସ କଳି । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଲେ, ଆଦିବାସୀ ନେତାଙ୍କୁ ଛାଡ଼ି କୋରାପୁଟରେ ରାଜନୀତି ସମ୍ଭବ ନୁହେଁ, ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡ଼ନ୍ତୁ ତାରା ।

305

କନକ ବ୍ୟୁରୋ : ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ ରାଜ୍ୟ କଂଗ୍ରେସରେ ବଢ଼ିଲା ବିବାଦ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ତାରାଙ୍କ ଅଶାଳୀନ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ । ଅବିଭକ୍ତ କୋରାପୁଟରେ ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡ଼ନ୍ତୁ ତାରା । କଂଗ୍ରେସର ସମସ୍ତ ନେତାଙ୍କୁ ତାରା ଟାର୍ଗେଟ କରୁଥିବା କହିଛନ୍ତି ପ୍ରଦୀପ ମାଝୀ । ଆଦିବାସୀ ନେତାଙ୍କୁ ଛାଡ଼ି କୋରାପୁଟରେ ରାଜନୀତି ସମ୍ଭବ ନୁହେଁ । ତେଣୁ ଦଳରେ କିଏ ରହିବ କିଏ ନରହିବ ଏହାର ନିଷ୍ପତି କେବଳ ପିସିସି ସଭାପତି ନେବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ପ୍ରଦୀପ ମାଝୀ । ଏଠି କାହାର ଏକଛତ୍ରବାଦ ଶାସନ ଚଳିବ ନାହିଁ ବୋଲି କହିଛନ୍ତି ପ୍ରଦୀପ ମାଝୀ । ଏନେଇ ପିସିସି ସଭାପତିଙ୍କ ନିଷ୍ପତି ଜଣାଇଥିବା କହିଛନ୍ତିି ପ୍ରଦୀପ ମାଝୀ ।

ସେପଟେ ପ୍ରଦୀପ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି, ଆଦିବାସୀଙ୍କ ପାଇଁ କାମ କରୁଥିଲେ ସେ ୨ ଥର ନିଜ ସଂସଦୀୟ କ୍ଷେତ୍ରରୁ ହାରିଲେ କିପରି? କୋରାପୁଟ ଜିଲ୍ଲାର ନେତାଙ୍କୁ ପଚରାଯାଉ ମୁଁ କାହାକୁ ବିରୋଧ କରିଛି? ଆଗକୁ ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଚାରିଆଡେ ବୁଲି ବୁଲି ମିଟିଂ କରିବି, ଆମେ ଚାନ୍ଦା ନେବା ନେତା ନୁହଁ । ସଚ୍ଚୋଟ ନଥିଲେ ଏତେ ଥର ବିଧାୟକ ହୋଇ ଜିତିନଥାନ୍ତି, ପ୍ରଭାରୀ ଆସିଲେ ମୁଁ ଉତ୍ତର ରଖିବି ବୋଲି କହିଛନ୍ତି ତାରା ।