କନକ ବ୍ୟୁରୋ : ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ ରାଜ୍ୟ କଂଗ୍ରେସରେ ବଢ଼ିଲା ବିବାଦ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ତାରାଙ୍କ ଅଶାଳୀନ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ । ଅବିଭକ୍ତ କୋରାପୁଟରେ ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡ଼ନ୍ତୁ ତାରା । କଂଗ୍ରେସର ସମସ୍ତ ନେତାଙ୍କୁ ତାରା ଟାର୍ଗେଟ କରୁଥିବା କହିଛନ୍ତି ପ୍ରଦୀପ ମାଝୀ । ଆଦିବାସୀ ନେତାଙ୍କୁ ଛାଡ଼ି କୋରାପୁଟରେ ରାଜନୀତି ସମ୍ଭବ ନୁହେଁ । ତେଣୁ ଦଳରେ କିଏ ରହିବ କିଏ ନରହିବ ଏହାର ନିଷ୍ପତି କେବଳ ପିସିସି ସଭାପତି ନେବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ପ୍ରଦୀପ ମାଝୀ । ଏଠି କାହାର ଏକଛତ୍ରବାଦ ଶାସନ ଚଳିବ ନାହିଁ ବୋଲି କହିଛନ୍ତି ପ୍ରଦୀପ ମାଝୀ । ଏନେଇ ପିସିସି ସଭାପତିଙ୍କ ନିଷ୍ପତି ଜଣାଇଥିବା କହିଛନ୍ତିି ପ୍ରଦୀପ ମାଝୀ ।
ସେପଟେ ପ୍ରଦୀପ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି, ଆଦିବାସୀଙ୍କ ପାଇଁ କାମ କରୁଥିଲେ ସେ ୨ ଥର ନିଜ ସଂସଦୀୟ କ୍ଷେତ୍ରରୁ ହାରିଲେ କିପରି? କୋରାପୁଟ ଜିଲ୍ଲାର ନେତାଙ୍କୁ ପଚରାଯାଉ ମୁଁ କାହାକୁ ବିରୋଧ କରିଛି? ଆଗକୁ ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଚାରିଆଡେ ବୁଲି ବୁଲି ମିଟିଂ କରିବି, ଆମେ ଚାନ୍ଦା ନେବା ନେତା ନୁହଁ । ସଚ୍ଚୋଟ ନଥିଲେ ଏତେ ଥର ବିଧାୟକ ହୋଇ ଜିତିନଥାନ୍ତି, ପ୍ରଭାରୀ ଆସିଲେ ମୁଁ ଉତ୍ତର ରଖିବି ବୋଲି କହିଛନ୍ତି ତାରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/25-18.jpg)