ଗରମ ନା ଥଣ୍ଡା ? ସ୍ନାନ ପାଇଁ କେଉଁ ପାଣି ସର୍ବୋକୃଷ୍ଟ ?

302

ଶୀତଋତୁର ଆଗମନ ହେଲେ କିଛି ହେଉ କି ନ ହେଉ ଆଲମିରା ଭିତରୁ ଗରମ ପୋଷାକ ଓ ଗାଧୋଇବା ସମୟରେ ଗରମ ପାଣିର ବ୍ୟବହାର ନିହାତି ହୋଇଥାଏ । ତେବେ ଶରୀର ପାଇଁ ଗରମ ନା ଥଣ୍ଡା କେଉଁ ପାଣି ହୋଇଥାଏ ଅଧିକ ଲାଭଦାୟକ ? ଏନେଇ କ’ଣ କୁହନ୍ତି ବିଶେଷଜ୍ଞ , ଆସନ୍ତୁ ଜାଣିରଖିବା । ଚାପ , ଅବସାଦରୁ ମସ୍ତିଷ୍କକୁ ଶାନ୍ତ ଏବଂ ସକ୍ରିୟ କରିବାକୁ ହେଲେ ଥଣ୍ଡା ପାଣି ଏବଂ ଦିନତମାମର ଥକ୍କାପଣ ଏବଂ ଶରୀରର ଯନ୍ତ୍ରଣାକୁ ଦୂର କରିବା ପାଇଁ ଗରମ ପାଣିରେ ଗାଧୋଇବା ଭଲ ହୋଇଥାଏ । କିନ୍ତୁ ବାସ୍ତବରେ କ’ଣ ଏହା ସତ ?

ଥଣ୍ଡା ପାଣିରେ ଗାଧୋଇବା କେତେ ଠିକ୍ ?

ଦୁନିଆର ଅନେକ ସ୍ଥାନରେ ଗାଧୋଇବା ପାଇଁ ଥଣ୍ଡା ପାଣିର ବ୍ୟବହାର ହିଁ କରାଯାଏ । ଏଥିରେ ଅନେକ ପ୍ରକାର ଫାଇଦା ମିଳିଥାଏ । କିନ୍ତୁ ଡ଼ାକ୍ତରଙ୍କ କହିବାନୁସାରେ , କିଛି ସ୍ଥିତିରେ ଥଣ୍ଡାପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ସମସ୍ୟାର କାରଣ ପାଲଟିପାରେ । ଯଦି ଆପଣଙ୍କୁ ହୃଦୟଜନିତ ସମସ୍ୟା ରହିଛି ତେବେ ଥଣ୍ଡା ପାଣି ଗାଧୋଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଥଣ୍ଡା ପାଣିର ପ୍ରୟୋଗ ହୃଦୟ ଉପରେ ଅତିରିକ୍ତ ଚାପ ପକାଇଥାଏ ଯେଉଁଥିରେ ହୃଦସ୍ପନ୍ଦନର ଅନିୟମିତତା ଭଳି ସମସ୍ୟା ଦେଖାଯାଏ । ତେବେ ଶରୀର ସୁସ୍ଥ ଥିବା ଲୋକଙ୍କୁ ସକ୍ରିୟ ଏବଂ ଉର୍ଜ୍ଜାବାନ୍ ରଖିବା ପାଇଁ ଥଣ୍ଡାପାଣିରେ ଗାଧୋଇବା ଭଲ ହୋଇଥାଏ । ତେବେ ଥଣ୍ଡାପାଣିରେ ଗାଧୋଇବା ସମୟରେ ଶରୀରକୁ ପ୍ରଥମେ ସମୟ ଦିଅନ୍ତୁ । ପ୍ରଥମେ ଗୋଡ଼ , ହାତରେ ପାଣି ପକାଇ ଧିରେ ଧିରେ ସମ୍ପୁର୍ଣ୍ଣ ଦେହରେ ପାଣି ପକାନ୍ତୁ । ଏହାଦ୍ୱାରା ମସ୍ତିଷ୍କ ପାଣିର ତାପମାନ ବିଷୟରେ ଅବଗତ ହୋଇଯାଏ ।

ଗରମ ପାଣିରେ ଗାଧୋଇବା କେତେ ଲାଭଦାୟକ ?

ଶରୀରକୁ ଥକ୍କାପଣରୁ ଆରାମ ଦେବାପାଇଁ ଗରମ ପାଣିରେ ଗାଧୋଇବାକୁ ଲୋକମାନେ ସର୍ବକୃଷ୍ଟ ଭାବନ୍ତି । ହେଲେ ଡ଼ାକ୍ତର ଏହି ଯୁକ୍ତିକୁ ନେଇ ଆଦୌ ସନ୍ତୁଷ୍ଟ ନୁହଁନ୍ତି । ଚିକିତ୍ସକଙ୍କ କହିବାନୁସାରେ , ତ୍ୱଚା ପାଇଁ ଗରମ ପାଣି ଆଦୌ ଠିକ୍ ହୋଇନଥାଏ । ତ୍ୱଚାର ଚିକ୍କଣପଣକୁ ଗରମପାଣି ଶେଷ କରିଦେଇଥାଏ । ଯାହାଦ୍ୱାରା ଶୁଖିଲାପଣ ଭଳି ସମସ୍ୟା ଦେଖାଦିଏ ।

ସ୍ନାନ ପାଇଁ କେଉଁ ପାଣିର କରିବେ ବ୍ୟବହାର ?

ଡାକ୍ତରଙ୍କ ମତନୁସାରେ , ଯେଉଁ ଲୋକଙ୍କୁ ଏକ୍ସିମା ଏବଂ ସୋରାୟସିସ୍ ଭଳି ତ୍ୱଚା ସମ୍ବନ୍ଧୀୟ ଅସୁବିଧା ଦେଖାଯାଏ ସେମାନେ ଗରମ ପାଣିର ବ୍ୟବହାରକୁ କମାଇବା ଦରକାର । ଏଥିରେ କୁଣ୍ଡିଆ ବଢିବାର ସମସ୍ୟା ଦେଖାଯାଏ । ଏହାଦ୍ୱାରା ତ୍ୱଚାରେ ଲାଲିମାର ଅଭାବ ଦେଖାଯାଏ । ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ୍ ଠିକ୍ ଅଛି ତେବେ ଥଣ୍ଡାପାଣିରେ ହିଁ ଗାଧୋଇବାକୁ ଚେଷ୍ଟା କରନ୍ତୁ । ଏହାର ଅର୍ଥ ହେଉଛି , ଗରମ ପାଣିଠାରୁ ଅଧିକ ଲାଭଦାୟକ ହେଉଛି ଥଣ୍ଡାପାଣିରେ ଗାଧୋଇବା ।