ସାଥୀଙ୍କୁ ବଂଚାଇବା ପାଇଁ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ୍ ଗୌରବ ସୋଲଙ୍କି ଦେଲେ ଜୀବନ ! ୬ ଦିନ ପରେ ମିଳିଲା ମରଶରୀର । 

379

ସଂଯୁକ୍ତ ରାଷ୍ଟ୍ର ଶାନ୍ତି ମିଶନ୍ ର ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କାଙ୍ଗୋ  (ଡିଆରସି) ରେ କାର୍ଯ୍ୟରତ ଥିବା ଭାରତୀୟ  ସେନାର ଲେଫ୍ଟିନାଣ୍ଟ୍ କର୍ଣ୍ଣଲ୍ ଗୌରବ ସୋଲଙ୍କିଙ୍କ ମୃତ୍ୟୁ ପାଣିରେ ବୁଡିବା କାରଣରୁ ହୋଇଯାଇଛି । ସେପ୍ଟେମ୍ବର ୮ ରବିବାର କାୟାକିଙ୍ଗ୍ (ନୌକାଚାଳନା) କରିବାକୁ କର୍ଣ୍ଣଲ୍ ଗୌରବ କିବୁ ହ୍ରଦକୁ ଯାଇଥିଲେ । ସଂଯୁକ୍ତ ରାଷ୍ଟ୍ର ମିଶନ୍ ପକ୍ଷରୁ କୁହାଯାଇଛି ଯେ ତାଙ୍କ ସହ ଥିବା ସହଯୋଗୀ ପାଣିରେ ବୁଡୁଥିଲେ ଏବଂ ତାଙ୍କୁ ବଂଚାଇବାକୁ ଯାଇ ଗୌରବଙ୍କ ଜୀବନ ଚାଲିଯାଇଥିଲା ।

ଡିଆରସିରେ ସଂଯୁକ୍ତ ରାଷ୍ଟ୍ର କାର୍ଯ୍ୟାଳୟ ‘ମୋନୁଷ୍କୋ’ ନାମରେ ପରିଚିତ । ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟିନିୟୋ ଗୁଟେରେସ୍ ର ଡେପୁଟି ସ୍ପେଶାଲ୍ ରିପ୍ରେଜେଣ୍ଟେଣ୍ଟିଭ୍ ଫ୍ରେକୋଇସ୍ ଗ୍ରିନନୋନ୍ କର୍ଣ୍ଣଲ୍ ସୋଲଙ୍କିଙ୍କ ସମର୍ପଣ ଭାବନାକୁ ପ୍ରଶଂସା କରିଛନ୍ତି । କର୍ଣ୍ଣଲ୍ ଗୌରବ ସୋଲଙ୍କି ସଂଯୁକ୍ତ ରାଷ୍ଟ୍ରର ସନ୍ଦେଶକୁ କିଭଳି ଭାବେ କାଙ୍ଗୋର ପୀଡିତ ପରିବାରଙ୍କ ପାଖକୁ ପହଁଚାଉଥିଲେ ଏନେଇ ସେ ଗୌରବଙ୍କୁ ପ୍ରଶଂସା କରିଥିଲେ । ଶାନ୍ତି ମିଶନରେ ମୋନୁଷ୍କୋରେ ବର୍ତ୍ତମାନ ୨,୬୧୩  ଭାରତୀୟ ସୈନ୍ୟ କାର୍ଯ୍ୟରତ ଅଛନ୍ତି ।