ନକଲି ଖାଦ୍ୟପଦାର୍ଥ ପରେ ଏବେ ଭେଜାଲ୍ ତାଲିକାରେ ସାମିଲ ହେଲା ଔଷଧ ! ଦାନ୍ତ ବିନ୍ଧା ବଟିକାରୁ ବାହାରିଲା ଧାତୁ ତାର । 

Advertisment
ନକଲି ଖାଦ୍ୟପଦାର୍ଥ ପରେ ଏବେ ଭେଜାଲ୍ ତାଲିକାରେ ସାମିଲ ହେଲା ଔଷଧ ! ଦାନ୍ତ ବିନ୍ଧା ବଟିକାରୁ ବାହାରିଲା ଧାତୁ ତାର । 

ଆଜିର ସମୟରେ ଖାଦ୍ୟରେ ଭେଜାଲ୍ ହେବା କଥା ସାଧାରଣ ହୋଇଗଲାଣି । କେଉଁଠି ନକଲି ତେଲ ,ଅଟା , ପ୍ଲାଷ୍ଟିକ ଚାଉଳ ମିଳୁଛି ତ ଆଉ କେଉଁଠି ପ୍ଲାଷ୍ଟିକ୍ ଅଣ୍ଡା ଏବଂ ମହମ ଦିଆ ସେଓ ମିଳୁଛି । ତେବେ ଏଭଳି ସ୍ଥିତିରେ ଔଷଧରେ ବି ଯଦି ଭେଜାଲ୍ ହେଲା ତେବେ ସାଧାରଣ ମଣିଷଟିଏ ଚଳିବ କେମିତି? ରୋଗରୁ ବଂଚିବା ପାଇଁ ଜଣେ ମେଡିସିନ୍ କୁ ଆଶା କରୁଥିବା ବେଳେ ତା’ ଆଶାଟି ଯେତେବେଳେ ବିଷ ପାଲଟିଯାଏ ସେ ଆଉ ବିଶ୍ୱାସ କରିବ କାହାକୁ?

publive-image

ତେବେ ତାମିଲନାଡୁର କୋୟମ୍ମବଟୁର୍ ରୁ ଚକିତ କରିଦେଲା ଭଳି ଏକ ଖବର ଏବେ ସାମ୍ନାକୁ ଆସିଛି । ଏଠାରେ ମୁସ୍ତଫା ନାମକ ଜଣେ ବ୍ୟକ୍ତିଙ୍କୁ ଦାନ୍ତରେ ଯନ୍ତ୍ରଣା ହେବା ପରେ ସେ ପାଖ ଔଷଧ ଦୋକାନରୁ ଔଷଧ କିଣି ଘରକୁ ଫେରିଥିଲେ । କିନ୍ତୁ ଘରେ ଔଷଧ ଖାଇଲା ବେଳେ ସେ ବଟିକାରେ ଧାତୁର ଏକ ତାର ଦେଖିବାକୁ ପାଇଲେ । ବଟିକାରୁ ତାର ବାହାରୁଥିବା ଦେଖି ମୁସ୍ତଫା ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ଦୋକାନକୁ ଯାଇ ବଟିକା ଫେରାଇଥିଲେ ଏବଂ ଏହାର ଅଭିଯୋଗ ସ୍ୱାସ୍ଥ୍ୟ ବିଭାଗରେ କରିଥିଲେ । ଔଷଧ ନାମରେ ହେଉଥିବା ଏହି ଠକେଇ କାରଣରୁ ଯେ ରୋଗୀମାନଙ୍କ ସ୍ୱାସ୍ଥ୍ୟୃ ସଂକଟରେ ଆସିଯାଉଛି ଏହି ଅଭିଯୋଗକୁ ନେଇ ଏବେ ବ୍ୟକ୍ତିଜଣକ ଆଇନ୍ ର ସାହାରା ନେବାକୁ ଯାଉଛନ୍ତି ।

publive-image

ତେବେ ମୁସ୍ତଫାଙ୍କ ଦାନ୍ତ ଯନ୍ତ୍ରଣା ପାଇଁ ଦୋକାନୀ ତାଙ୍କୁ ଔଫ୍ଲାକ୍ସାସିନ୍ ମେଡିସିନ୍ ଦେଇଥିଲେ । ତେବେ ମେଡିସିନ୍ ରୁ ଏଭଳି ତାର ବାହାରିବା ଦେଖି ବ୍ୟକ୍ତିଜଣକ ଡରି ଯାଇଥିଲେ ଏବଂ ତୁରନ୍ତ ମେଡିସିନ୍ ଷ୍ଟୋରରେ ଔଷଧ ନେଇ ପହଁଚିଥିଲେ । ଔଷଧ ଫେରାଇ ସ୍ୱାସ୍ଥ୍ୟ ବିଭାଗକୁ ଏନେଇ ଅଭିଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe