୫କୋଟିର ନୋଟ ସହ ସୁନା ଗହଣାରେ ସଜାହେଲା ମନ୍ଦିର । ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ । 

ଟଙ୍କାରେ ସଜା ହୋଇଛନ୍ତି ଠାକୁର ।

3,337
କନକ ବ୍ୟୁରୋ: ଟଙ୍କାରେ ସଜା ହୋଇଛନ୍ତି ଠାକୁର । ମନ୍ଦିରର ଚାରି ଆଡେ ଟଙ୍କା । କାନ୍ଥରେ ବି ଟଙ୍କା, ପାହାଚରେ ବି ଟଙ୍କା । ଯୁଆଡେ ଦେଖିବେ କେବଳ ନଜର ଆସିବ କେବଳ ଟଙ୍କା ଆଉ ଟଙ୍କା । ମନ୍ଦିରରେ ଲାଗିଛି ଶହେ ଟଙ୍କିଆ ନୋଟ୍ ଠାରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ସବୁ । ସବୁ ଗୁଡାକ ବି ନୂଆ ନୋଟ୍ । କେବଳ ଏତିକିରେ ଶେଷ ହୋଇନି , ମନ୍ଦିରର ପାହାଚକୁ ବି ସଜା ଯାଇଛି ବଣ୍ଡଲ ବଣ୍ଡଲ ନୋଟରେ ।
ଏହି ମନ୍ଦିରଟି ତାମିଲନାଡୁର କୋଏମ୍ୱାଟୁରରେ ଅବସ୍ଥିତ । ଏହି ମନ୍ଦିରରେ ସ୍ଥାପିତ ଭଗବାନଙ୍କୁ ପ୍ରାୟ ୫ କୋଟି ଟଙ୍କାରେ ସାଜ୍ଜା ଯାଇଛି । ଏତେ ଟଙ୍କାର ନୋଟ୍ କୁ ସାଜ ସଜ୍ଜାର ଦୃଶ୍ୟ , ଦଖିବା ଲୋକକୁ ବି ଘଡିଏ ଅଟକି ଯାଇ ଦେଖିବାକୁ ବାଧ୍ୟ କରିବ । ତାମିଲନାଡୁ କୋଏମ୍ୱାଟୁରର ଶ୍ରୀ ମୁଥୁମରିଅମ୍ ମନ୍ଦିରର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ନିଆରା ସାଜସଜ୍ଜା ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର । ଓଡିଶାରେ ମହାବିଷୁବ ସଂକ୍ରାନ୍ତିରେ ଓଡିଆ ନବବର୍ଷ ପାଳନ ହୋଇଥାଏ । ଠିକ୍ ସେହିପରି ଏହି ଦିନକୁ ତାମିଲନାଡୁରେ ତାମିଲ ନବବର୍ଷ ବା ପୁଥାଣ୍ଡୁ ପାଳନ ହୋଇଥାଏ । ଏହି ଅବସରରେ ମନ୍ଦିରରେ ଦେବାଦେବୀଙ୍କୁ ଟଙ୍କା ଓ ରତ୍ନ ଅଳଙ୍କାରରେ ସଜା ଯିବା ଦକ୍ଷିଣ ଭାରତର ପରମ୍ପରାର ଏକ ଅଂଶ ।
ତାମିଲ ପରମ୍ପରାର ବିଶ୍ୱାସ । ଦେବୀଙ୍କୁ ଆରାଧନା କଲେ ଭଲ ବର୍ଷା ଓ ଭଲ ଫସଲ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ତାମିଲ ନବବର୍ଷରେ କୋଟି କୋଟି ଟଙ୍କାରେ ଦେବୀଙ୍କୁ ମନ୍ଦିରରେ ସଜା ଯାଇଥାଏ । ଚଳିତ ବର୍ଷ ଏଥିରେ ୫ କୋଟି ଟଙ୍କାର ନୋଟ୍ ବ୍ୟବହାର କରାଯାଇଛି ବୋଲି ମନ୍ଦିର କମିଟି ସୂଚନା ଦେଇଛି ।