କନକ ବ୍ୟୁରୋ : ନଷ୍ଟ ହେଉଛି ମା ତାରିଣୀଙ୍କ ମାନସିକ ନଡିଆ । ଭକ୍ତଙ୍କ ମାନସିକ ନଡିଆ ପଡି ରହି ପଚି ଷଢ଼ି ନଷ୍ଟ ହେଉଛି । ମାଙ୍କ ପୀଠ ଘଟଗାଁରୁ ଆରମ୍ଭ କରି, ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସଂଗ୍ରହ ହୁଣ୍ଡିରେ ମାନସିକ ନଡିଆ ପଡି ପଡି ନଷ୍ଟ ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ମାନସିକ କରି, ଶ୍ରଦ୍ଧାରେ ମା’ ତାରିଣୀଙ୍କ ପୀଠକୁ ଯିବାକୁ ଥିବା ନଡିଆ କଟକରେ ଅଟକି ରହିଛି ।
ଗୋଟେ ପଟେ ତାରିଣୀ ପୀଠରେ ଲକ୍ଷ ଲକ୍ଷ ନଡିଆ ନଡିଆ ପଡି ପଡି ନଷ୍ଟ ହୋଇଯାଉଥିବାବେଳେ ସ୍ଥାନ ଅଭାବରୁ ରାଜ୍ୟ କୋଣ ଅନୁକୋଣରୁ ଆସୁଥିବା ନଡିଆକୁ ଅଟକାଇ ରଖାଯାଇଛି । ଏମିତି କି ବସଷ୍ଟାଣ୍ଡରେ ରହୁଥିବା ନଡିଆ ଗୁଡିକ ଜମା ହୋଇ ହୋଇ ଅଲୋଡା ହେବାକୁ ବସିଲାଣି । ତାରିଣୀ ପୀଠରେ ନଡିଆ ଗୋଦାମରେ ୧୪ଲକ୍ଷରୁ ଅଧିକ ନଡିଆ ପଡିରହିଛି, । ସେଥିରୁ ଅର୍ଦ୍ଧାଧିକ ନଡିଆ ପଚିଷଢ଼ି ଯାଇଛି । ଯାହାକୁ ନେଇ ବିବାଦ ଲାଗି ରହିଛି । ଆଉ ତାରିଣୀ ପୀଠର ଏଭଳି ଅବସ୍ଥା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ନଡିଆ ସଂଗ୍ରହ ହୁଣ୍ଡିରୁ ମାନସିକ ନଡିଆ ଉଠିପାରୁନି ।