କନକ ବ୍ୟୁରୋ :  ଖୋଲା ବଜାରରେ ଘଟଗାଁ ମା’ ତାରିଣୀଙ୍କ ନଡ଼ିଆ । କେହି ନିଲାମ ନଧରିବାରୁ ବାଧ୍ୟ ହୋଇ ଖୋଲା ବଜାରରେ ନଡ଼ିଆ ବିକ୍ରି କରୁଛି ମନ୍ଦିର ପ୍ରଶାସନ । ଗତକାଲି ଗୋଟିଏ ଦିନରେ ୨ ହଜାର ୯୧୦ଟି ନଡ଼ିଆ ବିକ୍ରି ହୋଇଛି । ଘଟଗାଁରେ ନିଲାମ ନହୋଇ ପଡ଼ି ରହିଛି ୧୨ ଲକ୍ଷ ମାନସିକ ନଡ଼ିଆ । ମାନସିକ ନଡ଼ିଆ ନିଲାମ ପାଇଁ ଟେଣ୍ଡର ଡକାଯାଇଥିଲେ ମଧ୍ୟ କେହି ଟେଣ୍ଡର ନେଇନଥିଲେ । ଫଳରେ ୧୨ ଲକ୍ଷ ମାନସିକ ନଡ଼ିଆ ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି ।

Advertisment

ପୂର୍ବରୁ ନିଲାମଧାରୀ ଜିତେନ୍ଦ୍ର ନାରାୟଣ ଜେନା ନଡ଼ିଆ ଗୋଟା ୪ଟଙ୍କା ୬୫ ପଇସାରେ କିଣିବାକୁ ଚୁକ୍ତି କରିଥିଲେ । ସେ ଏହି ପ୍ରକ୍ରିୟାରୁ ଓହରିବା ପରେ ଏବେ ନଡ଼ିଆ ଗୋଟା ୩ ଟଙ୍କା ୭୦ ପଇସାରେ କିଣିବାକୁ କେହି ରାଜି ହୋଇନଥିଲେ । ଜିତେନ୍ଦ୍ର ନାରାୟଣ ଜେନା ଟେଣ୍ଡରରୁ ଓହରିବା ପରେ ମାନସିକ ନଡ଼ିଆ ନେବା ପାଇଁ ୪ ଥର ଟେଣ୍ଡର ଡକାଯାଇଥିଲା । ହେଲେ ଏଥିରେ କେହି ଅଂଶଗ୍ରହଣ କରିନଥିଲେ । ଯାହା ଫଳରେ ଖୋଲା ବଜାରରେ ନଡ଼ିଆ ବିକ୍ରି କରିବା ପାଇଁ ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ ।