ଏହି କାରଣରୁ ଚୀନରେ କରାଯାଉଛି ଅସରପା ଚାଷ, ବିଶେଷ ରଣନୀତି ଅନୁଯାୟୀ ହେବ ଏହାର ବ୍ୟବହାର

522

ଚୀନର ଶାନଡଙ୍ଗରେ ପାଖାପାଖି ଏକ ମିଲିୟନ୍ ଅସରପା ଚାଷ କରାଯାଉଛି । ଏମାନଙ୍କୁ ଖାଦ୍ୟରେ ପ୍ରତିଦିନ ସ୍ୱାଦିଷ୍ଟ ବ୍ୟଂଜନ ଦିଆଯାଉଛି । ଚୀନ ଭଳି ଦେଶ ଏମିତି ହିଁ ଏହି ଅସରପାଙ୍କୁ ଚାଷ କରୁନି । ଏହା ପଛରେ ରହିଛି ଏକ ବିଶେଷ ରଣନୀତି । ସେମାନେ ୱେଷ୍ଟ ମ୍ୟାନେଜମେଣ୍ଟର କାମ କରୁଛନ୍ତି ଅର୍ଥାତ୍ ବଳିଯାଇଥିବା ଖାଦ୍ୟ ଖାଉଛନ୍ତି । ମରିବା ପରେ ମଧ୍ୟ ଅସରପାର ଶରୀର ଅନେକ ପ୍ରକାରର କାମରେ ବ୍ୟବହାର କରାଯାଉଛି ।

ପ୍ରସାଧନ ସାମଗ୍ରୀ ଓ ଔଷଧ ଭାବେ ହେବ ବ୍ୟବହାର : ଚୀନରେ ଅତ୍ୟଧିକ ମାତ୍ରାରେ ଅସରପା ପାଳନ କରାଯାଉଛି । ଏହାର କାରଣ ଚୀନରେ ବହୁତ ମାତ୍ରାରେ ଖାଦ୍ୟ ନଷ୍ଟ ହେଉଥିବା ଜଣାପଡୁଛି । ଏମାନଙ୍କ ବ୍ୟବହାର ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ କରାଯାଉଛି । ରିପୋର୍ଟ ମୁତାବକ, ବେଂଜିଙ୍ଗରେ ପ୍ରତିଦିନ ପାଖାପାଖି ୨୫ ହଜାର ଟନ୍ ଖାଦ୍ୟ ନଷ୍ଟ ହୋଇଥାଏ । ଏହାର ସଂଚାଳନ ପାଇଁ ଚୀନ ବଡ ମାତ୍ରାରେ ଅସରପାର ଉତ୍ପାଦନ କରୁଛି । କିଛି ଅସରପାଙ୍କ ବ୍ୟବହାର ଔଷଧ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରିବାରେ କରାଯାଏ । ଔଷଧ ତିଆରି କରିବା ପାଇଁ ଔଷଧ କମ୍ପାନୀ ଗୁଡିକ ଏହାକୁ କିଣିବାକୁ ଲାଗିଲେଣି ।