କରୋନା କଟକଣାକୁ ଭୁଲିଗଲେ ଲୋକେ । ବିନା ମାସ୍କ ଓ ସାମାଜିକ ଦୂରତାରେ କୁକୁଡା ଲଢେଇ ଦେଖିଲେ ଶତାଧିକ ଲୋକ

131

କନକ ବ୍ୟୁରୋ : ସଂକ୍ରମଣ ବଢୁଥିବା ବେଳେ ଲୋକେ ଭୁଲି ଯାଇଛନ୍ତି କରୋନା କଟକଣା । ଚାରିଆଡେ ରୁଣ୍ଡ ହୋଇଛନ୍ତି ଶହଶହ ଲୋକେ । କୋଭିଡ ଗାଇଡଲାଇନ୍କୁ ଉଲଙ୍ଘନ କରି ଚାଲିଛି ବେଆଇନ୍ କୁକୁଡା ଲଢେଇ । ଏଠାରେ ନା ଅଛି ସାମାଜିକ ଦୂରତା, ନା କେହି ଜଣେ ପିନ୍ଧିଛନ୍ତି ମାସ୍କ ।

ଚାରିଆଡେ କରୋନା କାୟା ମେଲୁଥିବା ବେଳେ ଏଠି କରୋନାକୁ ନେଇ କାହାରି ମନରେ ଭୟ ନାହିଁ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମାନ୍ଧାତା ହାଟରେ ଏଭଳି କୁକୁଡା ଲଢେଇ ଦେଖିବାକୁ ମିଳିଛି । ଆଉ ସବୁଠାରୁ ବଡ କଥା ହେଉଛି ଏନେଇ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଆଖି ବୁଜିଦେଇଛି ।