କନକ ବ୍ୟୁରୋ: କୁଜଙ୍ଗ କୋର୍ଟରେ ଦାଖଲ ହୋଇଛି ୨୨୦ କୋଟି ଟଙ୍କାର କୋକେନ । ୨୨ଟି ପ୍ୟାକେଟରୁ ୨୨ଟି ନମୁନା ସଂଗ୍ରହ କରାଯାଇଛି । ମାନ ପରୀକ୍ଷା ପାଇଁ ଫରନେସିକ ଲ୍ୟାବ ଯିବ ଏହି ନମୁନା । ଗତ ୨ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ନିଷିଦ୍ଧାଂଚଳ ମଧ୍ୟରେ ଥିବା  ଭେସେଲ ଏମ.ଭି.ଦେବୀ ମଧ୍ୟରୁ ଏହି କୋକେନ ଜବତ କରାଯାଇଥିଲା । ଜାହାଜର ସମସ୍ତ ସଦସ୍ୟ ଭିଏତନାମର ବୋଲି ଜଣାପଡିଛି । ତଦନ୍ତ ବେଳେ ଭାଷାଗତ ସମସ୍ୟା ସୃଷ୍ଟି ହେଉଥିବାରୁ ଅନୁବାଦନ ଆଣିବାକୁ ଚିନ୍ତା କରାଯାଉଛି । ଅନୁବାଦକ ଆସିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ ।

Advertisment