କନକ ବ୍ୟୁରୋ : ପାରାଦୀପ ବନ୍ଦରରେ ପଣ୍ୟ ଲୋଡିଂ କରୁଥିବା ଏମ ଭି ଦେବୀ ନାମକ ଜାହାଜରୁ ୨୨୦ କୋଟି ଟଙ୍କାର, କୋକେନ ଜବତ ପରେ, ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ପରିମାଣର କୋକେନ ପ୍ରକୃତରେ କେଉଁଠୁ ଆସୁଥିଲା, କେଉଁଠିକୁ ଯାଉଥିଲା? ଏହାର ଓଡିଶା କନେକ୍ସନ ରହିଛି କି ନାହିଁ? ଏ ସବୁର ସତ ଖୋଜୁଛନ୍ତି କଷ୍ଟମ ବିଭାଗ ସମେତ ଦେଶର ବଡ ବଡ ତଦନ୍ତକାରୀ ସଂସ୍ଥା ।

Advertisment

ବିପୁଳ ପରିମାଣର କୋକେନ ଜବତ ପରେ, ପାରାଦୀପ ବନ୍ଦରରେ ଛିଡା ହୋଇଥିବା ଜାହାଜରେ ସ୍ନିପର ଡଗ ସହାୟତାରେ ଚାଲିଛି ସର୍ଚ୍ଚ ଅପରେସନ । ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରୁଛନ୍ତି କଷ୍ଟମ ବିଭାଗ, ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ, ଇଣ୍ଟେଲିଜେନ୍ସ ଓ ଏସଟିଏଫର ସ୍ୱତନ୍ତ୍ର ଟିମ୍ । ଜାହାଜରେ ଆଉ ଡ୍ରଗ୍ସ ଅଛି କି ନାହିଁ ତଦନ୍ତକାରୀ ଅଧିକାରୀମାନେ ତନ ତନ କରି ଯାଞ୍ଚ କରୁଛନ୍ତି । ଏଥିସହ ଜାହାଜର କ୍ୟାପଟେନଙ୍କ ସମେତ ୨୧ କ୍ରୁ ମେମ୍ବରଙ୍କୁ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ପଚରାଉଚୁରା କରୁଛନ୍ତି ।

ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଥିବାବେଳେ, ଭାଇରାଲ ହେଉଥିବା ଜାହାଜ ଭିତର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଯାହାଜ ଭିତରେ କେହି ଜଣେ କିଛି ଜିନିଷ ଅତି ଗୋପନୀୟ ଭାବେ ଲୁଚାଇ ଦେଉଛନ୍ତି । କଣ ଲୁଚାଉଛନ୍ତି ତାହା ଜଣାପଡିନଥିଳେ ବି ଏହି ଦୃଶ୍ୟ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ତେବେ ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି କଷ୍ଟମ ବିଭାଗର ଅଧିକାରୀ କହିଛନ୍ତି ।

ଜବତ ହୋଇଥିବା କୋକେନ ପଛର ସତ କଣ ତାହା ତଦନ୍ତକାରୀ ସଂସ୍ଥାମାନେ ଖୋଜୁଥିଲେ ବି ସନ୍ଦେହ ସୃଷ୍ଟି ହୋଇଛି । ବିଶେଷକରି ଓଡିଶାର ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଡ୍ରଗ୍ସ କାରବାର ବଢ଼ି ଚାଲିଥିବାରୁ, ଏହାର କଣ ଲିଙ୍କ ରହିଛି ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ତେବେ ପୂର୍ବତନ ପୋଲିସ ଡିଜିଙ୍କ କହିବା କଥା, ଭାରତ ମହାସାଗର ଦେଇ ଅନ୍ତର୍ଜାତୀୟ ନିଶା କାରବାର ହୋଇଥାଏ । ଏହି ବାଟ ଦେଇ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଡ୍ରଗ୍ସ ଯାଇଥାଏ ।

ତେବେ ବିଭିନ୍ନ ପ୍ରକାର ଯାଞ୍ଚ ସତ୍ୱେ ଇଣ୍ଡୋନେସିଆରୁ ପାରାଦୀପ ପର୍ଯ୍ୟନ୍ତ କୋକେନ ଆସିଲା କେମିତି? ତାହା ସବୁଠୁ ବଡ ପ୍ରଶ୍ନ