କନକ ବ୍ୟୁରୋ : ରାଜଧାନୀରୁ କୋକେନ୍ ମିଳିବା ଘଟଣାରେ ବଡ ଖୁଲାସା । ହକି ବିଶ୍ୱକପକୁ ଆଖି ଆଗରେ ରଖି ଭୁବନେଶ୍ୱରକୁ କୋକେନ୍ ଆସିଥିଲା ବୋଲି ଏସଟିଏଫକୁ ସୂଚନା ମିଳିଛି । କନକ ନ୍ୟୁଜକୁ ସୂଚନା ଦେଇ ଏସଟିଏଫ କହିଛି, ଦିଲ୍ଲୀର ତୁର୍କମାନ ଗେଟରୁ କୋକେନର ମୁଖିଆ ଅପରେସନ କରୁଥିଲା । ଆସନ୍ତାବର୍ଷ ହକି ବିଶ୍ୱକପ ଆୟୋଜନ ହେବ ।
କୋକେନ ଏକ ବିଦେଶୀ ନିଶା । ବିଶ୍ୱକପ ସମୟରେ ଅନେକ ବିଦେଶୀ, ବଡ ବଡିଆ ରାଜଧାନୀକୁ ଆସିବେ । ଏମାନଙ୍କୁ ଟାର୍ଗେଟ କରି କୋକେନକୁ ଭୁବନେଶ୍ୱର ବଜାରରେ ପ୍ରବେଶ କରାଇଥିଲେ ବେପାରୀ । ଦୁଇ ଅଭିଯୁକ୍ତଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର କରେନ୍ସି ମିଳିଥିବାରୁ ଏହି କୋକେନ କାରବାର ପଛରେ ଦକ୍ଷିଣ ଆଫ୍ରିକାର ଲିଙ୍କ ଥିବା ଏସଟିଏଫ ସନ୍ଦେହ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/27-15.jpg)