ଘର ବାରିପଟୁ ଉଦ୍ଧାର ହେଲା ନାଗସାପ ଏବଂ ସାପ ଅଣ୍ଡା : ଅଣ୍ଡାରୁ ବାହାରିଲେ ଛୋଟ ଛୋଟ ନାଗସାପ

ଘର ବାରିପଟୁ ଉଦ୍ଧାର ହେଲା ନାଗସାପ ଏବଂ ସାପ ଅଣ୍ଡା : ଅଣ୍ଡାରୁ ବାହାରିଲେ ଛୋଟ ଛୋଟ ନାଗସାପ

କନକ ବ୍ୟୁରୋ : ଗତ ମେ’ ୨୦ରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପିଢ଼ପାଟଣା ଗ୍ରାମର ପ୍ରକାଶ ପରିଡ଼ାଙ୍କ ଘର କାମ ପାଇଁ ନିଅଁ ଖୋଳିବା ବେଳେ ଉଦ୍ଧାର ହୋଇଥିବା ୨୧ଟି ନାଗ ସାପ ଅଣ୍ଡାରୁ ୨୦ଟି ନାଗଛୁଆ ବ‌ାହାରିବା ପରେ ସେଗୁଡ଼ିକୁ ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ଏକ ପ୍ରାକୃତିକ ପରିବେଶରେ ଛାଡ଼ି ଦିଆଯାଇଛି।

ଏ ସଂପର୍କରେ ସୂଚନା ଦେଇ ସ୍ନେକ୍ ହେଲ୍ପ ଲାଇନ୍‌ର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୨୧ଟି ଅଣ୍ଡାରୁ ଗୋଟିଏ ଅଣ୍ଡା ନଷ୍ଟ ହୋଇଯାଇଥିବା ବେଳେ ବାକି ୨୦ଟି ଅଣ୍ଡାକୁ ପର୍ଯ୍ୟାୟକ୍ରମେ ଫୁଟା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୯ଟି ନାଗସାପ ଅଣ୍ଡାକୁ ଜୁନ୍ ୧୨ ଓ ୧୩ ତାରିଖରେ ଫୁଟା ଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୧ଟି ଅଣ୍ଡାକୁ ୧୪ ଓ ୧୫ତାରିଖରେ ଫୁଟା ଯାଇଥିଲା। ଏହା ପରେ ଅଣ୍ଡାରୁ ବାହାରିଥିବା ନାଗଛୁଆଙ୍କ ସ୍ବାସ୍ଥ୍ୟାବସ୍ଥା ତନଖି ଗତକାଲି ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

ଶ୍ରୀ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ସାପମାନଙ୍କର ପ୍ରଜନନ ଋତୁର ଶେଷ ପର୍ଯ୍ୟାୟ ଚାଲିଛି। ଏଣୁ ସାରା ରାଜ୍ୟରେ ନାଗ ବା ତମ୍ପ ସାପ ଅଣ୍ଡା ଫୁଟିବା ଆରମ୍ଭ ହୋଇସାରିଥିବ। ତେଣୁ ଜନସାଧାରଣ ନିଜର ଘର ଏବଂ ବାଡ଼ି ବଗିଚା ସଫା ରଖନ୍ତୁ। ବାଡ଼ି ବଗିଚା ସଫା କଲା ବେଳେ ଯଦି କିଛି ସାପ ଅଣ୍ଡା ଦେଖିବାକୁ ପାଇଲେ, ତେବେ ସେଗୁଡ଼ିକୁ ନଷ୍ଟ ନକରି ବନ ବିଭାଗ କିମ୍ବା ସ୍ନେକ ହେଲ୍ପ ଲାଇନକୁ ଖବର ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe