ଜାଗର ପୂର୍ବରୁ ଗନ୍ଧର୍ବନାଥ ମନ୍ଦିର ପ୍ରାଙ୍ଗଣରେ ଖେଳିଲା ନାଗ : ଭୋରରୁ ମନ୍ଦିରରେ ନାଗକୁ ଦେଖି ଭାବବିଭୋର ହେଲେ ଭକ୍ତ

285

କନକ ବ୍ୟୁରୋ : ମନ୍ଦିର ଭିତରେ ଖେଳୁଛି ନାଗ । ଶିବରାତ୍ରୀ ପାଇଁ ଆଜି ବିଭିନ୍ନ ଶୈବ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଚୌଦ୍ୱାର ଗନ୍ଧର୍ବନାଥ ମନ୍ଦିରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି । କିଛି ଭକ୍ତ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ସାପ ଖେଳୁଥିବାର ଦେଖିବାକୁ ପାଇଥିଲେ । ମହାଶିବ ରାତ୍ରୀର ପୂର୍ବଦିନ ମନ୍ଦିରରେ ନାଗ ସାପ ଦୃଶ୍ୟମାନ ହେବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଭକ୍ତମାନେ ଭାବବିହଳ ହୋଇପଡ଼ିଥିଲେ ।

ସେପଟେ କରୋନା କଟକଣା ଭିତରେ ଆଜି ପାଳନ ହେବ ଶିବରାତ୍ରୀ । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ୱରରେ କରୋନା କଟକଣା ଯୁକ୍ତ ଜାଗର ପୂଜା କରାଯିବ । ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ମନା କରାଯାଇଛି । ଏଥିପାଇଁ ଆଜି ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ଯାଏଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ ହୋଇଛି । କେବଳ ମନ୍ଦିର ପ୍ରଶାସନ ଓ ପୂଜକଙ୍କ ଉପସ୍ଥିତିରେ ହେବ ଶିବରାତ୍ରୀ ନୀତିକାନ୍ତି କରାଯିବ । ସାଧାରଣ ଦର୍ଶନ ବନ୍ଦ ରହିବ ।